ଛେଳି ଚରାଇବାକୁ ଯାଇଥିଲେ, ଭାଲୁ ଆକ୍ରମଣରେ ଜେମାଦାର ଗୁରୁତର

ଉଦଳା ୧୭।୧୧ : ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ଜେମାଦାର ସିଂହଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ପୂର୍ଣ୍ଣଚନ୍ଦ୍ରପୁର ଗାଁରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଜେମାଦାର ସିଂ ଛେଳି ଚରାଇବାକୁ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଛେଳି ଚରାଉଥିବା ବେଳେ ହଠାତ ଏକ ଭାଲୁ ଆକ୍ରମଣ କରିଥିଲା । ଭାଲୁଟି ଜେମାଦାରଙ୍କ ହାତକୁ କାମୁଡି ଦେଇଥିବା ବେଳେ ସେ ଗୁରୁତର ହୋଇପଡ଼ିଥିଲେ । ଘଟଣା ବାବଦରେ ପରିବାର ଲୋକେ ଜାଣିବା ପରେ ଜେମାଦାରଙ୍କୁ  ଶରତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଦଳା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। କେବଳ ହାତ ନୁହେଁ ଶରୀରର ଅନେକ ସ୍ଥାନରେ ଭାଲୁ ଆକ୍ରମଣରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.