ଆଜି ମହାନଦୀ ଜଳ ବିବାଦ ନେଇ ଟ୍ରିବୁନାଲରେ ଶୁଣାଣି

ନୂଆଦିଲ୍ଲୀ ୧୯।୧୧ : ଆଜି ମହାନଦୀ ଜଳ ବିବାଦ ନେଇ ଟ୍ରିବୁନାଲରେ ଶୁଣାଣି। ଗତ ଶୁଣାଣି ସମୟରେ ପକ୍ଷ ଭୁକ୍ତ ଓଡ଼ିଶା ଓ ଛତିଶଗଡ଼ର ଟେକ୍ନିକାଲ ଟିମ୍ କୁ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଟ୍ରିବୁନାଲ୍ । ତେବେ ଦୁଇ ରାଜ୍ୟ ଭିତରେ ଆଲୋଚନା ବିଫଳ ହୋଇଥିବା ସୂଚନା ମିଳିଛି। ଏପିରିକି ଦୁଇ ରାଜ୍ୟ ମଧ୍ୟରେ ମହାନଦୀର ଭୌଗଳିକ ଆକାର ନେଇ ଅସହମତି ପ୍ରକାଶ ପାଇଛି। ତେଣୁ ବୈଷୟିକ ଟିମ୍ ସହିତ କୋର୍ଟ ମିତ୍ରଙ୍କ ସହ ପୁଣି ଥରେ ଆଲୋଚନା ହେବ। ଏହି ବୈଠକ ବାବଦରେ ଦୁଇ ରାଜ୍ୟ ଟ୍ରିବୁନାଲକୁ ଅବଗତ କରି ଛନ୍ତି। ଦୁଇ ରାଜ୍ୟ ଭିତରେ ମହାନଦୀର ମୋଟ ଅବବାହିକା ଅଞ୍ଚଳ କୁ ନେଇ ସହମତି ପ୍ରକାଶ ପାଇଥିଲେ ମଧ୍ୟ ଇବ୍ ଏବଂ ମହାନଦୀ ଉପଅବବାହିକା ଅଞ୍ଚଳକୁ ନେଇ ସହମତି ପ୍ରକାଶ ପାଇ ନାହିଁ। ସେପଟେ ଲୋୟର ମହାନଦୀ ଅବବାହିକା ଏବଂ ଦୟା ଉପ ଅବବାହିକାର ସୀମା ନିର୍ଦ୍ଧାରଣ କୁ ନେଇ ମଧ୍ୟ ଓଡ଼ିଶା ଓ ଛତିଶଗଡ଼ ର ଟେକ୍ନିକାଲ ଟିମ୍ ମଧ୍ୟରେ ଅସହମତି ରହିଛି । ତେବେ ଯେହେତୁ ଦୁଇ ରାଜ୍ୟ ଭିତରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଅସହମତି ରହିଛି ତେଣୁ ଆଜି ର ଶୁଣାଣି ନେଇ ଟ୍ରିବ୍ୟୁନାଲ୍ କଣ ମତ ରଖୁଛନ୍ତି ତାହା ଉପରେ ନଜର ରହିବ।

Leave A Reply

Your email address will not be published.