ଇଡିରେ ହାଜର ହେବେ ଅକ୍ଷୟ ପରିଜା

ଭୁବନେଶ୍ୱର ୧୯। ୧୧ : ଇଡିରେ ହାଜର ହେବେ ଅକ୍ଷୟ ପରିଜା । ବରିଷ୍ଠ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ଅକ୍ଷୟ ପରିଜା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଜର ହେବେ । ପୂର୍ବରୁ ଅକ୍ଷୟଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରିଛି ଇଡି । ସୂଚନାଯୋଗ୍ୟ ଯେ, କାଷ୍ଟିଂ କାଉଚ ମାମଲାରେ ଛନ୍ଦି ହେବା ପରେ ଅର୍ଚ୍ଚନା ନାଁରେ ନୂଆପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ। ସେପଟେ ବ୍ଲାକ ମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗ ମାମଲାରେ ଖଗେଶ୍ୱର ପାତ୍ରଙ୍କୁ ଗିରଫ କରାଯାଇଛି । ତାଙ୍କର ରିମାଣ୍ଡ ଆସନ୍ତା ୨୧ ତାରିଖରେ ସରିବ । ଏହାପରେ ଇଡି ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜେଲରେ ଜେରା କରିବ ବୋଲି ଜଣାପଡିଛି । ଏଥିପାଇଁ କୋର୍ଟର ଅନୁମତି ପାଇଁ ପ୍ରସ୍ତୁତ ହୋଇଛି ଇଡି।

Leave A Reply

Your email address will not be published.