କାଳ ହେଲା ଘରୋଇ କଳହ, ହୋଇପାରୁନି ସତ୍କାର

ଟାଙ୍ଗୀ ୨୧/୧୧: ଘର ସାମ୍ନାରେ ପଡିଛି ମା’ ର ମୃତ ଦେହ । ମା’ ର ମୃତଦେହ ନିକଟରେ ପୁଅ-ଝିଅ ନାତି ବସି କାନ୍ଦ ବୋବାଳି ଛାଡୁଛନ୍ତି । ଘର ଭିତରେ ବୋହୂ କବାଟ କିଳି ରହିଛନ୍ତି । ଘର ଭିତରକୁ ପ୍ରବେଶ କରିପାରୁ ନାହାନ୍ତି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ ହରିହରପୁର ଗାଁରେ । ମୃତା ବୃଦ୍ଧା ହେଉଛନ୍ତି ମୀନା କୁମାରୀ ନାୟକ । ସୂଚନା ଥାଉକି, ପୁଅ-ବୋହୂ ଏବଂ ଶାଶୁ-ବୋହୂଙ୍କ କଳି ଯୋଗୁଁ ହୋଇପାରୁନାହିଁ ଶବ ସତ୍କାର । ଏପଟେ ଗାଁ ଲୋକ ବି କରୁନାହାଁନ୍ତି ସହଯୋଗ । ସେପଟେ । ଘର ସାମ୍ନାରେ ଦୀର୍ଘ ୧୫/୨୦ ଘଣ୍ଟା ଧରି ପଡି ରହିଛି ମୃତଦେହ । ଗାଁରେ ଥିବା ମନ୍ଦିର ଗୁଡିକରେ ପୂଜାର୍ଚ୍ଚନା ମଧ୍ୟ ବନ୍ଦ ରହିଛି ।

Leave A Reply

Your email address will not be published.