ଫିଫା ବିଶ୍ବକପ୍ ୨୦୨୨ : ପ୍ରଥମ ମ୍ୟାଚ୍‌ରେ ହାରିଲା ଆୟୋଜକ କତାର, ୨-୦ ଗୋଲ୍‌ରେ ଜିତିଲା ଇକ୍ୟୁଡର

ଆଦିଲ୍ଲୀ ୨୧।୧୧ : ଆରମ୍ଭ ହୋଇଯାଇଛି ଫିଫା ବିଶ୍ବକପ୍ । କାତାରରେ ଆୟୋଜିତ ଏହି ଫୁଟବଲ୍ ମହାକୁମ୍ଭର ପ୍ରଥମ ମ୍ୟାଚ୍ ରେ ଇକ୍ୟୁଡର ୨-୦ ଗୋଲ୍ ରେ ଆୟୋଜକ କତାରକୁ ହରାଇଛି । ତେବେ ମ୍ୟାଚ୍ ପୂର୍ବରୁ ହୋଇଥିଲା ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ । ଏଥିରେ ଦେଶ ବିଦେଶର ନାମୀ ଦାମୀ କଳକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବାବେଳେ ଆକର୍ଷଣୀୟ ଆତସବାଜୀ ମନ ମୋହିଥିଲା । ବିଶ୍ବକପ୍ ରେ ୩୨ ଦଳ ଅଂଶଗ୍ରହଣ କରିଛନ୍ତି । ସମସ୍ତ ଦଳଙ୍କୁ ନେଇ କରାଯାଇଛି ୮ ଟି ଗ୍ରୁପ୍ । ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ରାଉଣ୍ଡ ରବିନ୍ ଫର୍ମାଟ୍ ରେ ପରସ୍ପର ସହିତ ତିନିଟି ଲେଖାଏଁ ମ୍ୟାଚ୍ ଖେଳିବେ। ମ୍ୟାଚ୍ ଜିତିଲେ ୩ ଓ ଅମୀମାଂସିତ ମ୍ୟାଚ୍ ରୁ ୧ ପଏଣ୍ଟ ମିଳିବ। ପ୍ରତ୍ୟେକ ଗ୍ରୁପ୍ ର ଶ୍ରେଷ୍ଠ ଦୁଇ ଦଳ ପ୍ରି-କ୍ବାର୍ଟରଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଏହାପରେ କ୍ବାଟର ଓ ସେମି ଫାଇନାଲ୍ ଓ ତାପରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଡିସେମ୍ବର ୩ ରୁ ନକ୍ ଆଉଟ୍ ପର୍ଯ୍ୟାୟ ଆରମ୍ଭ ହୋଇ ୧୮ ତାରିଖରେ ଫାଇନାଲ୍ ଅନୁଷ୍ଠିତ ହେବ। ୨୯ ଦିନିଆ ଏହି ଫୁଟ୍ ବଲ୍ ମହାକୁମ୍ଭରେ ମୋଟ ୬୪ ମ୍ୟାଚ୍ ଖେଳାଯିବା ପରେ ବିଶ୍ବ ବିଜେତା ନିର୍ଣ୍ଣୟ ହେବ। ବିଶ୍ବକପ୍ ୮ ଟି ଷ୍ଟାଡିୟମ୍ ରେ ଖେଳାଯିବ।

Leave A Reply

Your email address will not be published.