ମୋଷ୍ଟ ୱାଣ୍ଟେଡ୍ ଖାଲିସ୍ତାନୀ ଆତଙ୍କୀ କୁଲବିନ୍ଦରଜିତ୍ ସିଂ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ

ନୂଆଦିଲ୍ଲୀ: ଦେଶର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ କୁଲବିନ୍ଦରଜିତ୍ ସିଂ ଓରଫ ଖାନପୁରିୟାକୁ ଗିରଫ କରାଯାଇଛି । ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି ଏନଆଇଏ କୁଲବିନ୍ଦରଜିତ୍ ସିଂକୁ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରିଛି । ଖବର ସରବରାହ ସଂସ୍ଥା ଏନଆଇଏର ରିପୋର୍ଟ ଅନୁସାରେ, ଖାନପୁରିଆ ୨୦୧୯ରୁ ଫେରାର ଥିଲା । ନଭେମ୍ୱର ୧୮ରେ ବ୍ୟାଙ୍କକକ୍‌ରୁ ଫେରିବା ସମୟରେ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରାଯାଇଛି । ବବ୍ବର ଖାଲସା ଇଣ୍ଟରନ୍ୟାସନାଲ ଏବଂ ଖାଲିସ୍ତାନ ଲିବରେସନ ଫୋର୍ସ ପରି ଆତଙ୍କବାଦୀ ସଂଗଠନ ସହ ଖାନପୁରିଆର ଲିଙ୍କ ରହିଛି । ଏନଆଇଏ ସୋମବାର କହିଛି ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଖାନପୁରିଆକୁ ଗିରଫ କରାଯାଇଛି । ଖାନପୁରିଆ ଉପରେ ୫ ଲକ୍ଷର ପୁରସ୍କାର ରାଶି ଥିଲା। ୨୦୧୯ ମସିହାରୁ ସେ ଫେରାର ଥିଲା। ପଞ୍ଜାବରେ ଅନେକ ଟାର୍ଗେଟ କିଲିଂରେ ଖାନପୁରିଆ ସାମିଲ ସାମିଲ ଥିଲା । ଅନେକ ଆତଙ୍କବାଦୀ ମାମଲାରେ ସେ ୱାଣ୍ଟେଡ୍ ଥିଲା । ନବେ ଦଶନ୍ଧିରେ କନ୍ନଟ ପ୍ଲେସ୍, ନୂଆ ଦିଲ୍ଲୀରେ ଏକ ବୋମା ବିସ୍ଫୋରଣ ମାମଲା ଏବଂ ଅନ୍ୟ ରାଜ୍ୟରେ ଗ୍ରେନେଡ୍ ଆକ୍ରମଣରେ ସାମିଲ ଥିଲେ । ଏନଆଇଏ କହିଛି, ଖାନପୁରିଆ ପଞ୍ଜାବ ସହ ସାରା ଦେଶରେ ଆତଙ୍କ ସୃଷ୍ଟି କରିବା ପାଇଁ ଅନେକ ବରିଷ୍ଠ ଅଧିକାରୀଙ୍କୁ ଟାର୍ଗେଟ କରୁଥିଲା।

Leave A Reply

Your email address will not be published.