ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ମାର୍‌ପିଟ୍‌, ୮ ଆହତ

ସୋର, ୨୦/୧୧: ଜମିବାଡିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ୍‌ ହେବା ଫଳରେ ୮ ଜଣ ଆହତ ହୋଇଛନ୍ତି l ସୋର ଥାନା ସବିରା ପଂଚାୟତ ଦଣ୍ଡପଳାସା ଗ୍ରାମରେ ଜମିବାଡି ବିବାଦକୁ ନେଇ ଗଣ୍ଡଗୋଳ ହେବାରୁ ଦୁଇ ପରିବାର ହାତାହାତି ହୋଇଥିଲେ । ଗ୍ରାମର ଟଙ୍କଧର ରାଉତଙ୍କ ପୁଅ କହ୍ନେଇ ଚରଣ ରାଉତଙ୍କ ସହ ପଡୋଶୀ ହରିହର ରାଉତଙ୍କ ପୁଅ ମଧୁସୂଦନ ରାଉତଙ୍କ ସହିତ ପୂର୍ବରୁ ଜମିବାଡିକୁ ନେଇ ଗଣ୍ଡଗୋଳ ହୋଇଥିଲା। ପୂର୍ଵରୁ ସରପଞ୍ଚଙ୍କ ଉପସ୍ଥିତରେ ଉଭୟ ପରିବାର ମଧ୍ୟରେ ପରସ୍ପର ବୁଝାସୁଝା ହେବା ସହିତ କେହି କାହାରି ଜାଗାକୁ ନଯିବା ପାଇଁ ଗାଁରେ ସମାଧାନ ହୋଇଥିଲା । କିନ୍ତୁ ଆଜି ଅପରାହ୍ଣରେ କହ୍ନେଇଙ୍କ ପାଚେରୀ ଉପରେ ମଧୁସୂଦନ ଛିଡା ହୋଇଥିବାରୁ କହ୍ନେଇ ବାରଣ କରିଥିଲେ l ପରସ୍ପର ମଧ୍ୟରେ ପ୍ରଥମେ ବଚସା ଏବଂ ପରେ ମାଡପିଟ ହେବା ଫଳରେ  ମନ୍ମଥ ରାଉତ, ବାସନ୍ତୀ ଲତା ରାଉତ, ଲିପ୍ତିରାଣୀ ରାଉତ, କହ୍ନେଇ ରାଉତ ଓ ମଧୁସୂଦନ ରାଉତ, ବାସନ୍ତୀ ରାଉତ, ରମାମଣୀ ରାଉତ ଓ ମଧୁସୂଦନର ବିବାହିତ ଭଉଣୀ ଆହତ ହୋଇଛନ୍ତି l ସମସ୍ତ ଆହତ ସୋର ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ବେଳେ ଉଭୟ ପରିବାର ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.