ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ

ନୂଆଦିଲ୍ଲୀ: ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଚୀନ୍ ସେନ। ଅରୁଣାଚଳ ପ୍ରଦେଶର ତୱାଙ୍ଗ ଠାରେ ଏହି ଦୁଇ ସେନା ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ହୋଇଛି । ଏଥିରେ ୬ ଜଣ ଭାରତୀୟ ସେନା ଆହତ ହୋଇଥିବା ବେଳେ ଚୀନ୍‌ର ୧୨ରୁ ଅଧିକ ସେନା ଆହତ ହୋଇଛନ୍ତି। ତେବେ ଏହି ଘଟଣାକୁ ନେଇ ବିରୋଧୀ ଏବେ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଛବିକୁ ବଞ୍ଚାଇବାକୁ ଯାଇ ଦେଶକୁ ବିପଦରେ ପକାଉଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଦଳର ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଓ ଦଳର ମହାସଚିବ ଜୟରାମ ରମେଶ କେନ୍ଦ୍ର ସରକାରଙ୍କୁ ଏନେଇ ଟାର୍ଗେଟ୍ କରିଛନ୍ତି। ଏଥିସହ ଏହି ଘଟଣାକୁ ନେଇ ମୋଦି ସରକାରଙ୍କୁ ସେମାନେ ଜବାବ ମାଗିଛନ୍ତି। ମଲ୍ଲିକାର୍ଜୁନ ଖାଡଗେ ଟ୍ୱିଟ୍ କରି କହିଛନ୍ତି, ପୁଣିଥରେ ଆମ ଭାରତୀୟ ସେନା ଯବାନଙ୍କୁ ଚୀନ୍‌ମାନେ ଉସ୍‌କାଇଛନ୍ତି। କିନ୍ତୁ ଆମର ଯବାନମାନେ ସାହସର ମୁକାବିଲା କରିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଯବାନ ଆହତ ମଧ୍ୟ ହୋଇଛନ୍ତି । ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଆମେ ଦେଶ ସହ ଅଛୁ ଏବଂ ଏହାକୁ ରାଜନୀତିକରଣ କରିବାକୁ ଚାହୁଁନାହୁଁ। କିନ୍ତୁ ମୋଦି ସରକାର ସଚ୍ଚୋଟ ହେବା ଉଚିତ୍।

Leave A Reply

Your email address will not be published.