କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ପ୍ରକ୍ରିୟାରେ କୌଣସି ତ୍ରୁଟି ନ ଥିଲା: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବିମୁଦ୍ରୀକରଣ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ କ‌ୌଣସି ତ୍ରୁଟି ନ ଥିଲା ବୋଲି କହି ଆଜି ସୁପ୍ରିମ୍‌ କୋର୍ଟ ନରେନ୍ଦ୍ର ମୋଦୀ ସରକାରଙ୍କ ୨୦୧୬ର ବିମୁଦ୍ରୀକରଣ ପଦକ୍ଷେପକୁ ବୈଧ୍ୟ ବୋଲି ଘୋଷଣା କରିଛନ୍ତି। ବ୍ୟାଙ୍କ୍‌ ନୋଟ୍‌ର ସମସ୍ତ ସିରିଜ୍‌କୁ ବିମୁଦ୍ରୀକରଣ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କର କ୍ଷମତା ଥିଲା ବୋଲି କହି ସୁପ୍ରିମ୍‌ କ‌ୋଟ୍‌ କହିଛନ୍ତି ଯେ, ୨୦୧୬, ନଭେମ୍ବର ୮ ତାରିଖର ନିଷ୍ପତ୍ତିକୁ ଅପ୍ରସାଙ୍ଗିକ ବା ପରିଣାମଠାରୁ ପଦ‌କ୍ଷେପ କଠୋର ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ। ସ୍ମରଣଯୋଗ୍ୟ, ୨୦୧୬, ନଭେମ୍ବର ୮ ତାରିଖ ଦିନ ସରକାର ଦେଶରେ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ ବୋଲି ଘୋଷଣା କରିଥିଲେ।କେନ୍ଦ୍ର ସରକାରଙ୍କ ଉପରୋକ୍ତ ନିଷ୍ପତ୍ତିକୁ ଚାଲେଞ୍ଜ୍‌ କରି ଦାଏର କରାଯାଇଥିବା କେତେଗୁଡ଼ାଏ ଆବେଦନର ଶୁଣାଣି କରିବା ବେଳେ ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି, କେନ୍ଦ୍ର ସରକାରଙ୍କଦ୍ବାରା ଆରମ୍ଭ ହୋଇଥିବାରୁ ଏହି ନିଷ୍ପତ୍ତିକୁ ତ୍ରୁଟିପୂର୍ଣ୍ଣ ବୋଲି କହି ହେବ ନାହିଁ।

Leave A Reply

Your email address will not be published.