ଶକ୍ତି ମିଳିବ କହି ଛାତ୍ରଙ୍କୁ ଗ୍ଲୁକୋଜ ସହ ଖୁଆଇଦେଲେ କନିଅର ମଞ୍ଜି ଓ ଦୁଦୁରା ଫୁଲ!

ନୂଆପଡ଼ା : ସ୍କୁଲରେ ଜଣେ ଛାତ୍ରଙ୍କୁ ଅନ୍ୟ ଛାତ୍ରମାନେ ଗ୍ଲୁକୋଜ ସହ କନିଅର ଫଳ ଓ ଦୁଦୁରା ଫୁଲ ଖାଇବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତ ଛାତ୍ରଙ୍କ ପରିବାର ଲୋକେ ଏପରି ଅଭିଯୋଗ ଆଣିଛନ୍ତି। ଘଟଣାଟି ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ବୁଦ୍ଧିକୋମନା ପଞ୍ଚାୟତ ସ୍କୁଲରେ। ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କ ନାଁ ଅଭୟ କୁମାର ବାଗ। ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି। ଗତ ଶନିବାର ଦିନ ମଧ୍ୟାହ୍ନ ଭୋଜନ ପରେ ସ୍କୁଲର ୭ରୁ ୮ ଜଣ  ଛାତ୍ର ଅଭୟଙ୍କୁ ଗ୍ଲୁକୋଜ ସହ କନିଅର ଫଳ ଓ ଦୁଦୁରା ଫୁଲ ଖାଇବାକୁ ବାଧ୍ୟ କରିଥିଲେ। ଏହା ଖାଇଲେ ଶକ୍ତି ମିଳିବ ବୋଲି ଛାତ୍ରମାନେ କହିଥିଲେ। ତୁ ଏହା ପିଇ ସାରିଲେ ଆମେମାନେ ଖାଇବୁ ବୋଲି ଛାତ୍ରମାନେ କହିଥିଲେ। ଅଭୟ ମଧ୍ୟ ସାଙ୍ଗମାନଙ୍କ କଥାରେ ପଡ଼ି ଖାଇ ଦେଇଥିଲେ। ଖାଇବାର କିଛି ସମୟ ପରେ ତାଙ୍କ ମୁଣ୍ଡ ଘୂରାଇଥିଲା। ଛାତ୍ରମାନେ ତାଙ୍କୁ ଆଣି ଗାଁରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଇ ଘରେ ଛାଡ଼ି ପଳାଇଥିଲେ।

Leave A Reply

Your email address will not be published.