ପ୍ରେମରେ କଣ୍ଟା ସାଜିଲା ପ୍ରେମିକାର ଛୁଆ, ଦୁଇ ବର୍ଷ ଝିଅକୁ ମାରିଦେଲା ରାକ୍ଷସ ପ୍ରେମିକ

ସୋର : ପରକୀୟା ପ୍ରୀତିର କରୁଣ ପରିଣତି। ନିଜ ପ୍ରେମକୁ ପାଇବାକୁ ଯୁବକ ସାଜିଲା ହତ୍ୟାକାରୀ। ଏପରିକି ରାସ୍ତାରେ କଣ୍ଟା ସାଜିଥିବା ପ୍ରେମିକାଙ୍କ ୨ ବର୍ଷୀୟ ଝିଅର ତଣ୍ଟି ଚିପିବାକୁ ପଛାଇଲେ ନାହିଁ । ଏପରି ଲୋମଟାଙ୍କୁରା ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଭୂଇଁପଡା ଗ୍ରାମରେ ଘଟିଛି। ସୂଚନା ଅନୁଯାୟୀ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାକୁ ଲେବର ଭାବରେ କାମ କରିବାକୁ ଡାକି ନେଇ କାମ କରାଉଥିଲେ। ଏକ ମାସ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଖନ୍ତାପଡ଼ା ଥାନା ଭୂଇଁପଡା ଗ୍ରାମର ମନୋଜ ଏବଂ ଜୋସ୍ନାରାଣୀଙ୍କ ମଧ୍ୟରେ। ଜୋସ୍ନା ରାଣୀଙ୍କର ସହ ପ୍ରେମ ଗଢ଼ି ଉଠିବା ପରେ ଦୁଇ ବର୍ଷୀୟ ନାବାଳିକା ଝିଅକୁ ରାସ୍ତା ହଟାଇବା ପାଇଁ ଯୋଜନା କରିଥିଲା ପାଗଳ ପ୍ରେମିକ। ଗତ ୭ ତାରିଖରେ ଝିଅଟି ଏକୁଟିଆ ଖେଳୁଥିବାର ସୁଯୋଗ ପାଇ ନାବାଳିକା ଝିଅର ତଣ୍ଟିଚିପି ମାରି ଦେଇ ଥିବା ବେଳେ ଝିଅ ନିଜେ ପଡି ମରିଯାଇଥିବା ମନୋଜ କହୁଥିଲା କିନ୍ତୁ ଗତକାଲି ଖନ୍ତାପଡ଼ା ପୋଲିସ ତଦନ୍ତ କରି ପୁରା ଘାଟଣାର ଖୁଲାସା କରିଛି । ବାହା ହେବା ପାଇଁ ପିଲାକୁ ମାରିଦେଇଥିବା ପୋଲିସ ଆଗରେ ମାନିଛି ଅଭିଯୁକ୍ତ l ଫେରାର ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।

Leave A Reply

Your email address will not be published.