ସ୍କୁଲ ଭ୍ୟାନ୍ କୁ ଧକ୍କା ଦେଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ମାଇନିଂ ଅଫିସ୍ ନିକଟରେ ଦୁର୍ଘଟଣା । ବ୍ୟାରିକେଡ଼୍ ଭାଙ୍ଗି ବିପରୀତ ଦିଗରୁ ଆସୁଥିବା ସ୍କୁଲ ଭ୍ୟାନ୍ କୁ ଧକ୍କା ଦେଲା ଟ୍ରକ୍, ସ୍କୁଲ୍ ଭ୍ୟାନ୍ ରେ ଛାତ୍ରଛାତ୍ରୀ ନଥିବା ବେଳେ, ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର୍ । ସୂଚନା ଅନୁଯାୟୀ, ଦ୍ରୁତଗତିରେ ଡମ୍ଫର୍ ଟି ୫୨୦ ନମ୍ବର୍ ଜାତୀୟ ରାଜପଥ କଳାପାହାଡ଼ ରୁ ଭଦ୍ରାସାହି ଅଭିମୁଖେ ଯାଉଥିବା ବେଳେ, ବିପରୀତ ଦିଗରୁ ପିଲାଙ୍କୁ ସ୍କୁଲରେ ଛାଡ଼ି ମାଇନିଂ କାର୍ଯ୍ୟାଳୟ ନିକଟରେ ଠିଆ ହୋଇଥିବା ଭ୍ୟାନ୍ କୁ ବ୍ୟାରିକେଡ଼୍ ଭାଙ୍ଗି ଧକ୍କା ଦେଇଥିଲା ଡମ୍ଫର୍ । ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍କୁଲ୍ ର ଡ୍ରାଇଭର୍ । ଡମ୍ଫର୍ ଜବତ ସହ, ଡ୍ରାଇଭର୍ ଙ୍କୁ ଅଟକ ରଖି ତଦନ୍ତ କରୁଛି ଯୋଡ଼ା ଥାନା ପୋଲିସ୍ ।

Leave A Reply

Your email address will not be published.