ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ, ୬ ଆହତ

ସୋନପୁର  : : ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର ଚଲାଚଳ କରୁଥିବା ଯାତ୍ରୀବାହୀ ବସ ଦୁର୍ଘଟଣା । ୬ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ଆଜି ପ୍ରାୟ ସକାଳ ୭ଟା ସମୟରେ ପୁରୀ ଶ୍ରୀକ୍ଷେତ୍ର ରୁ ଫେରୁଥିବା ପାତାଳୀଶ୍ରୀ କ୍ଷେତ୍ର ଯାତ୍ରୀବାହୀଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଲା । ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ସୋନପୁର ବିରମହାରାଜପୁର ରାଜ୍ୟ ରାଜପଥର ଭୁଦୋବର ଠାରେ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ବର୍ତ୍ତମାନ ବସ କୁ ରାସ୍ତା ଉପରକୁ ବାହାର କରାଯାଉଛି ।

Leave A Reply

Your email address will not be published.