କୋଲକତା ନାଇଟ ରାଇଡର୍ସକୁ ଝଟକା, ଆଇପିଏଲ ୧୬ରୁ ବାଦ୍‌ ପଡିଲେ ଟିମର ଅଧିନାୟକ ଶ୍ରେୟସ ଆୟର

ଆଇପିଏଲ୍‌ ସିଜନ ୧୬ରୁ ବାଦ୍‌ ପଡିଛନ୍ତି କେକେଆର ଅଧିନାୟକ ଶ୍ରେୟସ ଆୟର । ଆହତ ଜନିତ ସମସ୍ୟା ଯୋଗୁଁ ଆଇପିଏଲ୍‌ ୨୦୨୩ ଏବଂ ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରୁ ବାଦ୍‌ ପଡିପାରନ୍ତି । ୨୦୨୩ ଆଇପିଏଲ ସିଜିନ ପାଇଁ କେକେଆରର ଅଧିନାୟକ ରହିଥିଲେ ଶ୍ରେୟସ ଆୟର । ଆଉ ଆହତଜନିତ ସମସ୍ୟା ଯୋଗୁଁ ୫ ମାସ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିବେ ଶ୍ରେୟସ । ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟ ମ୍ୟାଚରେ ପିଠି ଯନ୍ତ୍ରଣଶ ଯୋଗୁଁ ଖେଳରୁ ବାଦ୍‌ ପଡିଥିବା ସୂଚନା ମିଳିଛି । ତେବେ ଆଇପିଏଲ ୨୦୨୩ ସିଜିନ ପାଇଁ କେକେଆରର ଅଧିନାୟକ ରହିଥିଲେ ଶ୍ରେୟସ ଆୟର । ଆଉ ଆଇପିଏଲରୁ ଆଉଟ୍‌ ହେବା ପରେ କେକେଆରର ଅଧିନାୟକ କିଏ ସମ୍ଭାଳିବ ତାହାକୁ ନେଇ ଟିମ୍‌ ଏବେ ଚିନ୍ତାରେ । ଗତ ସିଜିନରେ କେକେଆର ୧୪ଟି ମ୍ୟାଚରୁ ୬ଟି ମ୍ୟାଚ ଜିତିଥିବା ବେଳେ ୮ଟି ମ୍ୟାଚ୍‌ ପରାଜୟ ହୋଇଥିଲା । ତୃତୀୟ ଦିନ ଖେଳ ପରେ ଶ୍ରେୟସ ପିଠିର ତଳ ଭାଗରେ ଯନ୍ତ୍ରଣା ହେଉଥିବା ନେଇ ଟିମ ମ୍ୟାନେଜମେଣ୍ଟକୁ ଜଣାଇଥିଲେ । ଏହାପରେ ତାଙ୍କର ସ୍କାନିଂ ପାଇଁ ମେଡିକାଲ ପଠାଯାଇଥିବା ବେଳେ ବିସିସିଆଇର ଏକ ମେଡିକାଲ ଟିମ ତାଙ୍କ ଉପରେ ଲଗାତାର ନଜର ରଖିଛି । ଆହତ ସମସ୍ୟା ଯୋଗୁଁ ସେ ସିରିଜର ପ୍ରଥମ ଟେଷ୍ଟରୁ ବାଦ୍ ପଡିଥିଲେ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ପିଠିରେ ଆଘାତ ପାଇଥିଲେ ଶ୍ରେୟସ ଆୟର ।

Leave A Reply

Your email address will not be published.