ପାକିସ୍ତାନରେ ଖାଦ୍ୟ ପାଇଁ ସଂଘର୍ଷ

ଇସଲାମଵାଦ : ପାକିସ୍ତାନର ଭୋକ ବଢ଼ୁଛି । ଖାଦ୍ୟ ପାଇଁ ସଂଘର୍ଷ । ସାମ୍ନାକୁ ଆସିଲା ନୂଆ ଭିଡିଓ। ପେଶାଓ୍ଵାରର ଏହି ଭିଡିଓ ବୟାନ କରୁଛି ଦେଶର ସ୍ଥିତି କଣ । ଶହଶହ ଲୋକ ଗହମ ଟ୍ରକ ଲୁଟ କରୁଛନ୍ତି । ବୋହି ନେଉଛନ୍ତି ବସ୍ତାବସ୍ତା ଗହମ। ଏ ସବୁ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଗରିବ ଲୋକଙ୍କୁ ରମଜାନ ମାସରେ ମାଗଣା ବାଣ୍ଟିବାକୁ ସରକାର ଘୋଷଣା କରିଥିଲେ ।ଗହମ ଟ୍ରକ ବଣ୍ଟନ କେନ୍ଦ୍ରକୁ ଯିବା ବେଳେ ଏହାର ପିଛା କରିଥିଲେ ଶହଶହ ଲୋକ। ଗାଡ଼ିକୁ ଅଟକାଇ ସବୁ ଗହମ ଲୁଟ କରି ନେଇଥିଲେ। ବହୁ ଦିନ ଧରି ପାକିସ୍ତାନ ଘୋର ଆର୍ଥିକ ସଂକଟ ଭିତର ଦେଇ ଗତି କରୁଛି। ଦେଶରେ ଗହମ ନାହିଁ। ଲୋକଙ୍କ ଖାଇବାକୁ ମିଳୁନି। ଅତ୍ୟାବଶ୍ୟକ ସାମଗ୍ରୀର ନାହିଁ ନଥିବା ଦର । ବୈଦେଶିକ ମୁଦ୍ର ସରିଆସୁଥିବାରୁ ବିଦେଶର ଆମଦାନୀ ହୋଇପାରୁନି। ପାକିସ୍ତାନକୁ ଅନ୍ତର୍ଜାତୀୟ ସହାୟତା ବି ମିଳୁନି । ଏଭଳି ସ୍ଥିତିରେ ପରିସ୍ଥିତି ଆହୁରି ସଂଗୀନ ହେବାରେ ଲାଗିଛି। ପୂର୍ବରୁ ପାକିସ୍ତାନରେ ଖାଦ୍ୟ ସଂକଟର ଅନେକ ଚିତ୍ର ଆସିଛି। କିନ୍ତୁ ଆଜିର ଏହି ଦୃଶ୍ୟ ଅତି ଭୟଙ୍କର । ଦେଶର ଆର୍ଥିକ ସଂକଟର ଗମ୍ଭୀରତାକୁ ବୟାନ କରୁଛି ଏହି ଦୃଶ୍ୟ।

Leave A Reply

Your email address will not be published.