ରାଜ୍ୟସଭା ସାଂସଦ ପ୍ରଫୁଲ୍ଲ ପଟେଲ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଜଣେ ଘନିଷ୍ଠ ସହଯୋଗୀ ରହି ଆସୁଥିଲେ ବି ଏବେ ଅଜିତ ପାୱାରଙ୍କ ଆଡକୁ ତାଙ୍କର ଢଳିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ହଟଚମଟ ଭିତରେ ରବିବାର ଅଜିତ ପାୱାରଙ୍କ ସହ ମିଶି ସିନ୍ଦେ ସରକାରରେ ସାମିଲ ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହାକୁ ନେଇ ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ, ସେ ଶରଦ ପାୱାରଙ୍କୁ ନିଜ ଗୁରୁ ବୋଲି ମାନନ୍ତି । ଶରଦ ପାୱାର ସବୁବେଳେ ତାଙ୍କ ପାଇଁ ଜଣେ ମେଣ୍ଟର ଓ ଗୁରୁଙ୍କ ଭଳି ମାର୍ଗ ଦର୍ଶନ କରିଆସିଛନ୍ତି । ସେ ଏନସିପି ନେତାଙ୍କ ପାଇଁ ବାପା ସମାନ ।୨୦୨୨ରେ ଯେତେବେଳେ ଏକନାଥ ସିନ୍ଦେ ନିଜ ସହ ୪୦ ବିଧାୟକଙ୍କୁ ନେଇ ଶିବସେନା ବିରୋଧରେ ମୋର୍ଚ୍ଚା ଆରମ୍ଭ କଲେ ସେତେବେଳେ ଏନସିପିର ୫୧ ବିଧାୟକ ଥିଲେ । ସେତେବେଳେ ଏନସିପିର ବିଧାୟକମାନେ ଅନୁଭବ କରିଥିଲେ ଯେ, ସେମାନଙ୍କୁ ସରକାରଙ୍କ ସହ ହାତ ମିଳେଇବା ଦରକାର । ସେତେବେଳେ ସେମାନେ ବିଜେପି ସହ ମିଶି ସରକାର କରିବାକୁ ଚାହୁଁଥିଲେ’ ।ଏସବୁ ଭିତରେ ବି ପ୍ରଫୁଲ୍ଲ ପଟେଲ ଶରଦ ପାୱାରଙ୍କୁ ସମ୍ମାନ ଦିଅନ୍ତି । ସେ ପାୱାରଙ୍କ ପରିବାରର ଅଂଶ ଥିଲେ ଆଜି ବି ଅଛନ୍ତି । ପାରିବାରିକ ସମ୍ପର୍କରେ ରାଜନୀତି ବାଧକ ହେବା ଉଚିତ ନୁହେଁ ବୋଲି କହିଛନ୍ତି ପ୍ରଫୁଲ୍ଲ ପଟେଲ ।