ମାଓ ନେତା ଅଶୋକ ରେଡ୍ଡିଙ୍କ ସହ ପତ୍ନୀ ରାମିକୁ ଜବଲପୁରରୁ ଗିରଫ କଲା ଏଟିଏସ୍

ମଧ୍ୟପ୍ରଦେଶର: ଟପ୍ ମାଓବାଦୀ ଦମ୍ପତି ଗିରଫ । ମାଓ ନେତା ଅଶୋକ ରେଡ୍ଡିଙ୍କ ସହ ପତ୍ନୀ ରାମି ଗିରଫ। ମଧ୍ୟପ୍ରଦେଶର ଜବଲପୁର ଠାରୁ ଉଭୟଙ୍କୁ ଗିରଫ କରିଛି ମଧ୍ୟପ୍ରଦେଶ ଏଟିଏସ୍ ।

gpkandhamal

ଦଣ୍ଡକାରଣ୍ୟ ସ୍ପେଶାଲ ଯୋନାଲ କମିଟିର ସଦସ୍ୟ ଥିଲେ ଅଶୋକ । ମାଓ ସଙ୍ଗଠନର ନେତା ଭାବେ କାର୍ଯ୍ୟ କରୁଥିଲେ ଅଶୋକ । ଆଉ ପତ୍ନୀ ସଙ୍ଗଠନ ପାଇଁ ପତ୍ର ପତ୍ରିକା ଲେଖୁଥିଲେ । ମାଓବାଦୀଙ୍କ ପାଇଁ ସାମ୍ବାଦିକତା କରୁଥିଲେ ରାମି । ପାମ୍ପଲେଟ, ପୋଷ୍ଟର, ବ୍ୟାନର, ପ୍ରେସ୍ ରିଲିଜ ଲେଖୁଥିଲେ ରାମି ଓରଫ କୁମାରୀ ପୋଟେନା । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଚଢାଉ କରି ଉଭୟଙ୍କୁ ମଧ୍ୟପ୍ରଦେଶ ଏଟିଏସ୍ ଗିରଫ କରିଛି

Umasankar Adv
Leave A Reply

Your email address will not be published.