ଜମ୍ମୁ-କଶ୍ମୀର ବାନ୍ଦିପୋରାରେ ଏନକାଉଣ୍ଟର, ଟପ୍ ଲସ୍କର କମାଣ୍ଡର ଅଲତାଫ୍ ଲାଲି ନିହତ

ପହଲଗାମ ;ପହଲଗାମ ଆକ୍ରମଣର ପ୍ରଥମ ପ୍ରତିଶୋଧ । ଜମ୍ମୁ-କଶ୍ମୀର ବାନ୍ଦିପୋରାରେ ଏନକାଉଣ୍ଟର । ଟପ୍ ଲସ୍କର କମାଣ୍ଡର ଅଲତାଫ୍ ଲାଲି ନିହତ। ଜମ୍ମୁ କାଶ୍ମୀର ବାନ୍ଦିପୋରାରେ ଏନକାଉଣ୍ଟର କଲେ ସୁରକ୍ଷାକର୍ମୀ । ଗୁରୁବାର ରାତିରୁ ପାକିସ୍ତାନ ପକ୍ଷରୁ ଏଲଓସିରେ ଗୁଳିଚାଳନା କରାଯାଇଥିବାବେଳେ ଏହାର ପାଲଟା ଜବାବ ଦେଇଛି ଭାରତ । ସେହିପରି ଆଜି ସକାଳୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ବାନ୍ଦିପୋରା ଜିଲ୍ଲାକୁ ଘେରାବନ୍ଦୀ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଲୁଚି ରହିଥିବା ଆତଙ୍କୀ ସୁରକ୍ଷାବାହିନୀ ଉପରକୁ ଗୁଳି ଚଲାଇଥିଲେ । ୨ ଯବାନ ଗୁରୁତର ହୋଇଥିବାବେଳେ ଏବେ ଲସ୍କର କମାଣ୍ଡର ପ୍ରାଣ ହାରିଥିବା ଜଣାପଡ଼ିଛି । ପହଲଗାମ ଏନକାଉଣ୍ଟର ପରେ ଭାରତୀୟ ସେନାର ପ୍ରଥମ ପ୍ରତିଶୋଧ । ଲସ୍କର ଟପ୍ କମାଣ୍ଡର ଲୁଚିଥିବା ଠୋସ୍ ସୂଚନା ପାଇବା ପରେ ଆର୍ମୀ ଓ ଜମ୍ମୁ କାଶ୍ମୀର ପୋଲିସ ମିଳିତ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରସନ ବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି ଅଲତାଫ ଲାଲି ।

ସୂଚନାଯୋଗ୍ୟ, ଗତ ୨୨ରେ ପହଲଗାମରେ ହୋଇଥିବା ଆକ୍ରମଣ ପରେ ଆତଙ୍କୀକୁ ଜବାବ ଦେବାକୁ ଜୋରଦାର ପ୍ରସ୍ତୁତି ଚଳାଇଛି ସୁରକ୍ଷାକର୍ମୀ । ସର୍ଚ୍ଚ ଅପରେସନ ଜୋରଦାର ହୋଇଛି ।

Umasankar Adv
Leave A Reply

Your email address will not be published.