Report By Bapisan

ଭୁବନେଶ୍ୱର : ପାଠ ପଢି ବଡ ମଣିଷ ହେବି । ଦେଶର ନାଁ ରଖିବାକୁ ଇଛା ହେଲେ ସାଥ୍ ଦେଉନି ସ୍ୱାସ୍ଥ୍ୟ । ସ୍ବପ୍ନରେ ବାଧକ ସାଜିଛି । ବୟସ ୧୫ କିନ୍ତୁ IAS ହେବାପାଇଁ ଇଚ୍ଛା । ଆମେ କହୁଛୁ ଭୁବନେଶ୍ୱର ଜଗମୋହନ ନଗର ଅଞ୍ଚଳରେ ରହୁଥିବା ଆକାଶଙ୍କ କଥା.. ଆକାଶଙ୍କ ଇଚ୍ଛା ବଡ଼ । IAS ହେବେ ଏବଂ ଗୋଟେ ଭଲ ସ୍ପୋର୍ଟ୍ସ ଖେଳାଳି ହେବେ । କିନ୍ତୁ ତାଙ୍କୁ ଏଭଳି ଏକ ରୋଗ ହୋଇଛି ଯେଉଁ ରୋଗର ଔଷଧ ଭାରତର କୌଣସି ଜାଗାରେ ନାହିଁ । ସେ ରୋଗ ହେଉଛି ଡୁଚେନ୍ ମସ୍କୁଲାର୍ ଡିସ୍ଟ୍ରୋଫି ଏହି ରୋଗ ପୀଡିତଙ୍କର ଧୀରେ ଧୀରେ ଚାଲ ବୁଲା ସହ ଶ୍ୱାସ ନିୟନ୍ତ୍ରଣ କରିବା କ୍ଷମତାକୁ କମାଇ ଦିଏ । ୩ ବର୍ଷ ବୟସରେ ଆକାଶଙ୍କୁ ଏହି ରୋଗ ହୋଇଥିଲା । ପ୍ରଥମେ ଧୀରେ ଧୀରେ ମାଂସପେଶୀ ଦୁର୍ବଳ ହେବାରୁ ଚାଲି ପାରୁ ନାହାନ୍ତି ଆକାଶ । ୧୫ ବର୍ଷ ବୟସରେ ଆକାଶଙ୍କୁ ଏବେ ନିଶ୍ୱାସ ନେବାରେ ଅସୁବିଧା ହେଲାଣି । ପୁଅ କୁ ଭଲ କରିବା ପାଇଁ ବାପା ଭାରତର ବିଭିନ୍ନ ହସ୍ପିଟାଲ ମଧ୍ୟ ବୁଲି ସାରିଲେଣି କିନ୍ତୁ କୌଣସି ଆଶା ଦେଖା ଯାଇ ନଥିଲା । ପୁଅକୁ ୩ ବର୍ଷ ବୟସ ହେବା ବେଳଠାରୁ ବିକାଶ ଖୋଜି ଆସୁଥିଲେ ରୋଗର ନିରାକରଣ ପାଇଁ । ଏବେ ଦୁବାଇ ର ଏକ ଘରୋଇ ମେଡିକାଲରେ ମିଳିଛି DMD ରୋଗର ପ୍ରତିରୋଧକ । ଏହି ପ୍ରତିରୋଧକ ପାଇଁ ଖର୍ଚ୍ଚ ହେବ ୨୯ କୋଟି ଟଙ୍କା । ବାପା ବିକାଶଙ୍କ କହିବା ଅନୁସାରେ ଏହା ଏକ ଜେନେଟିକାଲି ରୋଗ । ପ୍ରଥମ ଥର ପାଇଁ ଏହାର ପ୍ରତିରୋଧକ ମିଳିଥିବାରୁ ଏହାର ମୂଲ୍ୟ ୨୯ କୋଟି ରହିଛି । ଏଥି ପାଇଁ ବିକାଶଙ୍କ ପରିବାର କେ ନ୍ୟୁଜ୍ ଜରିଆରେ ଆର୍ଥିକ ସାହାଯ୍ୟ ମାଗିଛନ୍ତି । ତେବେ ଯଦି କୌଣସି ସହୃଦୟ ବ୍ୟକ୍ତି ଆକାଶଙ୍କୁ ସହାୟତା କରିବା ପାଇଁ ଚାହାଁନ୍ତି । ଆପଣ ଏହି ଠିକଣାରେ ଯୋଗାଯୋଗ କରିପାରିବେ ।

8093770221
Account Holder: AAKASH BAHINIPATI
Account Number: 50100817218070
IFSC: HDFC0001080
Branch: SAHEEDNAGAR – ODISHA
