କୋରାପୁଟ ରୋଗୀ ମୃତ୍ୟୁ ଘଟଣା ; କାଲି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ

କୋରାପୁଟ ମେଡିକାଲରେ ରୋଗୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍  ଗଠନ ହୋଇଛି । ଏମକେସିଜିରୁ ୩ ଜଣିଆ ଓ ଏସସିବିରୁ ୨ ଜଣିଆ ଟିମ୍ ମେଡିକାଲ କଲେଜ ଯାଇ ସମ୍ପୂର୍ଣ୍ଣ କରିବେ ଏବଂ ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବେ । ଅନ୍ୟପଟେ, ହସ୍ପିଟାଲ ଡାକ୍ତର କହୁଛନ୍ତି ଯେ କିଛି ଅଲଗା ଇଞ୍ଜେକସନ ଦିଆଯାଇନି । ଆଇସିୟୁରେ ୩ ରୋଗୀ ଓ ବାକି ୱାର୍ଡରେ ଥିଲେ । ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଟିମ୍ ସେଠାରେ ପହଞ୍ଚି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଡିଏମଇଟି (Directorate of Medical Education And Training) ନିର୍ଦ୍ଦେଶକ । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଆଜି ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଏଯାଏ ୬ ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି । ଗୋଟିଏ ରାତିରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୫ ଜଣ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା । ସେଥିରୁ ଆଇସିୟୁ ସର୍ଜରିରେ ଥିବା ୩ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୱାର୍ଡରେ ଥିବା ୨ ରୋଗୀଙ୍କ ମୃତ୍ୟୁ ହୋଇଛି । 

057 code kasam

ନର୍ସଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଆଇସିୟୁ ସର୍ଜରିରେ ଥିବା ୩ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଆଇସିୟୁ ସର୍ଜରିରେ ଭଗବାନ ପରିଜା, ଶୁକ୍ରା ମାଝୀ ଓ ରୁକୁନି ପେଣ୍ଟିଆଙ୍କ ମୃତ୍ୟୁ ହୋଇଛି । ସେହିପରି ୱାର୍ଡରେ ଥିବା ବତି ଖରା ଓ ଫୁଲମତି ମାଝୀଙ୍କର ଜୀବନ ଯାଇଛି  । ୱାର୍ଡରେ ଥିବା ଦୁଇ ମହିଳାଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଛି ଜଣାପଡ଼ିନାହିଁ । ଆଇସିୟୁ ସର୍ଜରିରେ ମୃତ୍ୟୁ ହୋଇଥିବା ୩ ରୋଗୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । 

057 code kasam
Leave A Reply

Your email address will not be published.