ଭୂମିହୀନଙ୍କୁ ଚି଼ହ୍ନଟ କରି ଜମି ସମାଧାନ ପାଇଁ ନୂତନ ତହସିଲଦାରଙ୍କୁ ନିବେଦନ

ଦାରିଙ୍ଗବାଡି :କନ୍ଧମାଳ ଜିଲା ଦାରିଙ୍ଗବାଡିରେ ନୂତନ ତହସିଲଦାର ଭାବେ ଧୀରୋଜ ପାତ୍ର ଯୋଗଦାନ ପରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ ମଙ୍ଗଳବାର ଦାରିଙ୍ଗବାଡି ଭାଜପା ପକ୍ଷରୁ ମଣ୍ଡଳ ସଭାପତି ମିଟୁ ସାହୁ ଏବଂ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦାରିଙ୍ଗବାଡି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନଙ୍କ ନେତୃତ୍ୱରେ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାରଙ୍କୁ ଅଙ୍ଗବସ୍ତ୍ର ଏବଂ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ରାଜ୍ୟ ସରକାରଙ୍କ ଘୋଷଣା ପ୍ରକାରେ ଭୂମିହୀନଙ୍କୁ ତୁରନ୍ତ ଚି଼ହ୍ନଟ କରି ଜମି ଯୋଗାଇଦେବାକୁ ଭାଜପା ପକ୍ଷରୁ ନିବେଦନ କରାଯିବା ସହ ଅଞ୍ଚଳବାସୀଙ୍କୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଉତ୍ତମ ସେବା ଯୋଗାଇଦେବାକୁ ବିଶେଷ କରି ବିଭିନ୍ନ ପ୍ରମାଣପତ୍ର ପାଇଁ ଆସୁଥିବା ଉପଭୋକ୍ତାଙ୍କୁ ଶୀଘ୍ର ପ୍ରମାଣପତ୍ର ପ୍ରଦାନ ସହ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ତହସିଲଦାର ଗୁରୁତ୍ୱ ଦେବାକୁ ନିବେଦନ କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଦାରିଙ୍ଗବାଡି ସରପଞ୍ଚ ଚନ୍ଦ୍ରିକା ମଲିକ,ପୂର୍ବତନ ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ, ଭାଲୁ ସାହୁ ପ୍ରଭାକର ସାହୁ, ମୀନକେତନ ସାହୁ, ମହେଶ୍ୱର ସାହୁ ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.