ଦୋକାନ ଘର ଟିଣ ଭାଙ୍ଗି କଂସା-ବାସନ ସହ ନଗଦ ଟଙ୍କା ନେଇଗଲେ ଦୁର୍ବୃତ୍ତ

ବାଲିଗୁଡ଼ା : କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନସ୍ଥିତ ହାଟପଦା ମାର୍କେଟରୁ ବୁଧବାର ବିଳମ୍ବିତ ରାତିରେ ନିତ୍ୟାନନ୍ଦ ନାୟକଙ୍କ କଂସା ବାସନ ଦୋକାନରୁ ଏକ ଦୁର୍ବୃତ୍ତ ଦୋକାନ ଗୃହର ଉପର ଟିଣ ଛପର ଭାଙ୍ଗି ଦୋକାନରେ ପଶି ଶୋ’କେସ୍‌ ଡ୍ର’ରେ ଥିବା ୪୦ ହଜାରରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ସହ ଦୋକାନରେ ଥିବା ବିଭିନ୍ନ ନାମୀ ଦାମୀ କଂସା ବାସନ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଦୋକାନ ମାଲିକ ନାୟକ।

ପ୍ରକାଶ ଯେ, ଗୁରୁବାର ସକାଳୁ ଦୋକାନ ମାଲିକ ନିତ୍ୟାନନ୍ଦ ଦୋକାନ ଖୋଲିବା ପରେ ଟିଣ ଭାଙ୍ଗିବା ସହ ଦୁର୍ବୃତ୍ତ ଚୋରି କରିବା ପରେ ସିସି କ୍ୟାମେରା ମଧ୍ୟ ଭାଙ୍ଗି ଦେଇଥିବା ଦେଖିବାକୁ ପାଇଥିଲେ l ପରେ ପରେ ବାଲିଗୁଡ଼ା ଥାନା ରେ କେସ୍‌ ନଂ. ୧୮୬/୨୫ ପ୍ରକାରେ ଏତଲା ଦାଏର କରିଥିଲେ l ଏତଲାକୁ ଭିିତ୍ତିକରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୋକାନର ସିସି କ୍ୟାମେରା ଫୁଟେଜ ଦେଖିବା ପରେ ତଦନ୍ତ ଅବ୍ୟାହତ ରଖିଛି।

Umasankar Adv
Leave A Reply

Your email address will not be published.