ବିଜେବି କଲେଜରେ ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ପିଟାପିଟି

ଭୁବନେଶ୍ୱର, ସେପ୍ଟେମ୍ବର 2 : ରାଜଧାନୀ ଭୁବନେଶ୍ୱର ସ୍ଥିତ ବିଜେବି କଲେଜରେ ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ପିଟାପିଟି ହୋଇଛି । ଖାରବେଳ ଓ ଆମ୍ବେଦକର ଛାତ୍ରଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା ଯାହାଫଳରେ ଏହା ଗଣ୍ଡଗୋଳର ରୁପ ନେଇଛି । ଏହି ପିଟାପିଟିରେ ଦୁଇ ହଷ୍ଟେଲର୧୫ରୁ ଉର୍ଦ୍ଧ ଛାତ୍ର ଆହତ ହୋଇଛନ୍ତି । ଏହା ସହିତ ଖାରବେଳ ହଷ୍ଟେଲରେ ଅନେକ ଗୁଡ଼ିଏ ପିଲା ପଶି ବ୍ୟାପକ ଭଙ୍ଗାରୁଜା କରିଥିବା ସୁଚନା ମିଳିଛି । ଫଳରେ କଲେଜ ପରିସର ଏକ ପ୍ରକାର ଅଶାନ୍ତ ହୋଇପଡ଼ିଛି ଏବଂ ଛାତ୍ରଛାତୀଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି । ତେବେ ହୋଇଥିବା ଗଣ୍ଡଗୋଳକୁ ନିୟନ୍ତ୍ରଣକୁ ଆଣିବା ପାଇଁ କଲେଜ ପରିସରରେ ପୋଲିସ୍ ଛାଉଣି ହୋଇଛନ୍ତି । ଆଗକୁ ଯେପରି ଏହି ଗଣ୍ଡଗୋଳ ନହୁଏ ଏଥିପ୍ରତି ସତର୍କ କରିବାକୁ ଦୁଇ ପ୍ଲାଟୁନ୍ ଫୋର୍ସ ମଧ୍ୟ ମୂତୟନ ହୋଇଛନ୍ତି ।

Leave A Reply

Your email address will not be published.