ବାଘଛାଲ ଡ଼ିଲ୍ ବେଳେ ବନ ବିଭାଗ ଓ କ୍ରାଇମବ୍ରାଞ୍ଚ ଏସଟିଏଫ୍ ମିଳିତ ଚଢାଉ

ବାରିପଦା,ଜାନୁଆରୀ 6 : ବାଘଛାଲ ଡ଼ିଲ୍ ବେଳେ ଧରାପଡ଼ିଲେ ୨ ଶିକାରୀ । ଦୁଇଟି ବାଘ ଛାଲ ଡ଼ିଲ୍ ପାଇଁ ଯୋଜନା ଚାଲୁଥିବା ବେଳେ ବନ ବିଭାଗ ଓ କ୍ରାଇମବ୍ରାଞ୍ଚ ଏସଟିଏଫ୍ ମିଳିତ ଭାବେ ଚଢାଉ କରିଛି । ବେତନଟି ରେଞ୍ଜ ଅଚଂଳରେ ବିକ୍ରି ପାଇଁ ଡ଼ିଲ୍ ଚାଲିଥିବା ବେଳେ ଏହି ଚଢାଉ ହୋଇଛି ।  ତେବେ ଏହି ଘଟଣାରେ ଅଟକ ରହିଥିବା ଦୁଇଜଣ ବ୍ୟକ୍ତିଙ୍କୁ ପଚରାଉଚରା କରୁଛି ପୋଲିସ୍ । କେତେ ଦିନରୁ ଏହି କାର୍ଯ୍ୟ ଚାଲିଛି ? ଆଉ କିଏ କିଏ ଏହି ଘଟଣା ରେ ସଂପୃକ୍ତ ଅଛନ୍ତି ସମସ୍ତ ତଥ୍ୟ ହାସଲ କରୁଛି ପୋଲିସ୍ । ଅଟକ ରହିଥିବା ଦୁଇ ଜଣ ମୟୁରଭଞ୍ଜ ଜିଲ୍ଲାର ହୋଇଥିବା ସୁଚନା ମିଳିଛି ।  ସୁଚନା ଅନୁସାରେ ବାରମ୍ବାର ଏପରି ଖବର ସାମ୍ନାକୁ ଆସିଥିବା ବେଳେ ଏଥିପ୍ରତି କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ହେଉ ନଥିବା ସ୍ଥାନୀୟବାସୀ କହିଛନ୍ତି । ଫଳରେ ଦିନକୁ ଦିନ ଜଙ୍ଗଲୀ ପଶୁପକ୍ଷୀଙ୍କ ବଂଶ ଲୋପ ପାଇଗଲାଣି ।

Leave A Reply

Your email address will not be published.