ଓଡିଶାରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ୍ ଭ୍ୟାରିଆଣ୍ଟ

ବଲାଙ୍ଗୀର, ଜାନୁଆରୀ ୦୬ : ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ । ମୃତକ ଜଣଙ୍କ ବଲାଙ୍ଗୀର ଜିଲ୍ଲାର ବୋଲି ସୂଚନା ମିଳିଛି । ସମ୍ବଲପୁର ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ବଲାଙ୍ଗୀର ସିଡିଏମଓ ଡ. ସ୍ନେହଲତା ସାହୁ ସୂଚନା ଦେଇଛନ୍ତି । ମୃତକ ଜଣକ ବଲାଙ୍ଗୀର ଆଗଲପୁର ଆଞ୍ଚଳର ଜଣେ ମହିଳା ବୋଲି ଜଣାପଡିଛି ।  ସୂଚନା ଅନୁସାରେ, ବଲାଙ୍ଗୀର ଆଗଲପୁର ଅଞ୍ଚଳର ଜଣେ ମହିଳାଙ୍କର ସ୍ୱାସ୍ଥ୍ୟଗତ କାରଣରୁ ତଳେ ପଡିଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ ସମ୍ବଲପୁର ସ୍ଥିତ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।  ସେହିପରି ଗତ ୨୩ ତାରିଖରେ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବା ପରେ ତାଙ୍କର ପରୀକ୍ଷା କରାଯାଇଥିଲା । ଏହାପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ପରେ ତାଙ୍କର ଜିନମ୍ ସିକ୍ୟୁଏନ୍ସିଂ ପାଇଁ ନମୁନା ପଠାଯାଇଥିଲା ।  ବୁଧବାର ସେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଥିଲା । ରିପୋର୍ଟ ଆସିବା ପୂର୍ବରୁ ଗତ ୨୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଏକ ଟିମ୍ ମୃତକଙ୍କ ଘରେ ପହଞ୍ଚି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯାଇଛି ।

Leave A Reply

Your email address will not be published.