କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ

ଭୁବନେଶ୍ୱର ,ଜାନୁଆରୀ 6 : କରୋନା ଲହର ଏବେ ସବୁଠାରେ ଦେଖିବାକୁ ମିଳୁଛି । ସେ ସ୍କୁଲ ହେଉ ଅବା କଲେଜ କି ସରକାରୀ ଅଫିସ୍ ସବୁଠାରେ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ଏବେ ଉଚ୍ଚଗାମୀ ହେବାରେ ଲାଗିଛି । ଯାହାଫଳରେ ଛାତ୍ରଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଏବେ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ଭିତରେ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ଏ ନେଇ ନିଜେ ଟ୍ବିଟରରେ ସୂଚନା ପ୍ରଦାନ କରିଛନ୍ତି । କରୋନା ସଂକ୍ରମିତ ହେବା ପରେ ଡାକ୍ତରଙ୍କ ପରାମର୍ଶରେ ଦିଲ୍ଲୀପ ଆଇସୋଲେସନରେ ରହିଛନ୍ତି । ପୂର୍ବରୁ ମଧ୍ୟ ଦିଲ୍ଲୀପ ରାୟ ମାର୍ଚ୍ଚ ମାସ ୮ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିଲେ । ତେବେ ସେ ସଂକ୍ରମିତ ହେବା ପରେ ଟ୍ୱିଇଟ୍ କରି ସୁଚନା ଦେଇଛନ୍ତି ଯେ ତୃତୀୟ ଲହର ଆଗକୁ ଆସୁଥିବା ବେଳେ ଏହାକୁ ନେଇ ସତର୍କ ରହିବା ଆବଶ୍ୟକ । ଏହା ଛଡ଼ା କରୋନା ଗାଇଡ଼ଲାଇନ୍ ମାନିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.