ଆଜି ନିର୍ଦ୍ଧାରିତ ହୋଇପାରେ ଟିମ୍‌ ଇଣ୍ଡିଆର ବିଜୟ

fulbani poura parisada

କେପ୍‌ଟାଉନ୍‌, ଜାନୁଆରୀ ୧୨ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମୁକାବିଲା କେପଟାଉନ୍‌ର ନ୍ୟୁଲାଣ୍ଡସ ପଡ଼ିଆରେ ଖେଳାଯାଉଛି। ଭାରତୀୟ ଟିମ୍‌ ପ୍ରଥମ ପାଳିରେ ୨୨୩ ରନ୍‌ରେ ଅଲଆଉଟ ହୋଇଛି। ପ୍ରଥମ ଦିନ ଖେଳ ଶେଷ ହେବା ପୂର୍ବରୁ ଦକ୍ଷିଣ ଆଫ୍ରିକା ଗୋଟିଏ ୱିକେଟ ହରାଇ ୧୭ ରନ୍‌ ସଂଗ୍ରହ କରିଛି। ତେବେ ଘରୋଇ ଦଳକୁ ଚାପରେ ରଖିବାକୁ ହେଲେ କୋହଲିଙ୍କ ବାହିନୀକୁ ବୋଲିଂ ଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଭାରତୀୟ ବୋଲର ମାନେ ଦଳର ବିଜୟ ଆଜି ଦ୍ବିତୀୟ ଦିନରେ ସୁନିଶ୍ଚିତ କରିପାରିବେ।ପ୍ରଥମ ପାଳିରେ ଭାରତ ବଡ଼ ସ୍କୋର ହାସଲ କରିପାରିନାହିଁ। ବିରାଟ କୋହଲି ଅଧିନୟକ ପାଳି ଖେଳିଥିଲେ ମଧ୍ୟ ତାଙ୍କୁ ଭଲ ସହଯୋଗ ମିଳିପାରି ନଥିଲା। କୋହଲିଙ୍କ ବ୍ୟତୀତ ଟିମ୍‌ ଇଣ୍ଡିଆର ଅନ୍ୟ କୌଣସି ଖେଳାଳି ଭଲ ବ୍ୟାଟିଂ କରିପାରି ନଥିଲେ। ଦକ୍ଷିଣ ଆଫ୍ରିକା ଟିମ୍‌ ଗୋଟିଏ ୱିକେଟ୍‌ ହରାଇ ୧୭ ରନ୍‌ ସଂଗ୍ରହ କରିଛି। କ୍ରିଜ୍‌ରେ ଛିଡ଼ା ହୋଇଥିବା ଆଦାମ୍‌ ମାର୍କମ (୮ରନ୍‌) ଓ କେଶବ ମହାରାଜ (୬ରନ୍‌) କରି ଅପରାଜିତ ଅଛନ୍ତି। ଦକ୍ଷିଣ ଆଫ୍ରିକା ଅଧିନାୟକ ଡୀନ ଏଲଗରଙ୍କୁ ଜସପ୍ରୀତ ବୁମରା ପାଭଲିଅନ୍‌ ଫେରାଇ ଦେଇଥିଲେ। ଏଲଗର କେବଳ ୩ ରନ୍‌ ସଂଗ୍ରହ କରିପାରିଥିଲେ। ଟିମ୍‌ରେ ବୁମରା, ମହମ୍ମଦ ଶାମୀ ଓ ଉମେଶ ଯାଦବଙ୍କ ଠାରୁ ଦ୍ବିତୀୟ ଦିନରେ ବୁଧବାର ବହୁତ କିଛି ଆଶା କରାଯାଉଛି। 

057 code kasam
Leave A Reply

Your email address will not be published.