ରାଜ୍ୟରେ ୧୫ ତାରିଖ ଯାଏ ଲାଗି ରହିବ ବର୍ଷା

ଭୁବନେଶ୍ୱର, ଜାନୁଆରୀ ୧୨ : ରାଜ୍ୟରେ ଗତକାଲି ଠାରୁ ଲାଗି ରହିଛି ବର୍ଷା । ପଶ୍ଚିମ ଓଡିଶା ଓ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ମଧ୍ୟ ବର୍ଷା ହୋଇଛି । ଆସନ୍ତା ୧୫ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । ୧୩ ଓ ୧୪ ତାରିଖରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।  ରାଜ୍ୟରେ ମଙ୍ଗଳବାର ଠାରୁ ବଙ୍ଗୋପସାଗରୀୟ ପବନ ବହିବା ଆରମ୍ଭ କରିଛି । ୧୬ରୁ ପୁଣି ଉତ୍ତରା ପବନ ବହିବ । ତାପମାତ୍ରା ବି କିଛି କମିପାରେ । ୧୨ରୁ ୧୫ ତାରିଖ ଯାଏ ସାରା ରାଜ୍ୟରେ ପାଗ ମେଘୁଆ ରହିବ । ବୁଧବାର ରାତି ସାରା ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ହେବାର ଆଶଙ୍କା ରହିଛି । ୧୨ରୁ ୧୫ ତାରିଖ ଯାଏ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ଜାରି ରହିବ ।  ସେହିପରି ୧୬ରୁ ୧୯ ତାରିଖ ଯାଏ ପାଗ ଶୁଖିଲା ଓ ଖରାଟିଆ ରହିବ । ୧୨ରୁ ୧୪ ଯାଏ ଦିନ ବେଳା ପାଗ କୋହଲା ରହିବ । ୧୨ ତାରିଖ ରାତିରୁ ୧୫ ତାରିଖ ରାତି ଯାଏ ଘନ କୁହୁଡି ହେବ । ୨୦ରୁ ୨୧ରେ ପୁଣି ମେଘୁଆ ପାଗ ହୋଇପାରେ ବୋଲି ପ୍ରଫେସର ପଶିପାଳକ ଆଶଙ୍କା କରିଛନ୍ତି ।  ତେବେ ଆସନ୍ତା ୩ ଦିନ ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । 

Leave A Reply

Your email address will not be published.