ଲକ୍ଷ୍ନୌର ହୋଟେଲରେ ଛେପ ଲଗାଇ ରୁଟି ତିଆରି କରୁଥିଲେ, ବନ୍ଧାହେଲେ ୬ ଜଣ

fulbani poura parisada

ଲକ୍ଷ୍ନୌ, ଜାନୁଆରୀ ୧୨ : ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ହୋଟେଲରେ ରୁଟି ତିଆରି କଲା ବେଳେ ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ଛେପ ଲଗାଉଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ହୋଟେଲର ମାଲିକଙ୍କ ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। କାକୋରୀ ଅଞ୍ଚଳରେ ଦୌଦା ତାଲାବ ୱାର୍ଡରେ ଇମାମ ଅଲୀ ନାଁରେ ଏକ ହୋଟେଲ ପରିଚାଳିତ ହେଉଛି। କୁହାଯାଉଛି ଯେ, ସୋମବାର ବିଳମ୍ବିତ ରାତିରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ଦେଖାଯାଉଛି ଯେ, ହୋଟେଲରେ କାର୍ଯ୍ୟରତ କର୍ମଚାରୀମାନେ ଭାଟିରେ ଛିଡା ହୋଇ ରୁଟି ତିଆରି କରୁଥିବା ସମୟରେ ଛେପ ଲଗାଉଛନ୍ତି। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ମଙ୍ଗଳବାର ହୋଟେଲକୁ ଚିହ୍ନିତ କରିଛି। ଏହା ପରେ ହୋଟେଲର ମାଲିକ ୟାକୁବ, ଦାନିଶ, ହଫୀଜ, ମୁଖତାର, ଫିରୋଜ ଏବଂ ଅନୱର ନାଁରେ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। କାକୋରୀ ଇନ୍ସପେକ୍ଟର ବାହାଦୂର ସିଂହ କହିଛନ୍ତି ଏସଂପର୍କରେ ଦରୋଗା ବେଚୁ ସିଂହ ଯାଦବଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରାଯାଇଛି।

057 code kasam
Leave A Reply

Your email address will not be published.