କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ଉପସ୍ଥିତିରେ ହାଇପରସୋନିକ ମିସାଇଲ ପରୀକ୍ଷା କଲା ଉତ୍ତର‌ କୋରିଆ

fulbani poura parisada

ନୂଆଦିଲ୍ଲୀ, ଜାନୁଆରୀ ୧୨ : କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ଉପସ୍ଥିତିରେ ଉତ୍ତର କୋରିଆ ହାଇପରସୋନିକ ମିସାଇଲ ପରୀକ୍ଷା କରିଛି। ଗଣମାଧ୍ୟମ ସଂସ୍ଥା ଟୁଇଟ୍‌ କରି ଏହି ସୂଚନା ପ୍ରଦାନ କରିଛି। ଜଏଣ୍ଟ ଚିଫ୍ସ ଅଫ ଷ୍ଟାଫ୍‌ (ଜେସିଏସ୍‌) କହିଛନ୍ତି ଯେ, ସକାଳ ୭ଟା ୨୭ ମିନିଟରେ ମିସାଇଲ ପରୀକ୍ଷା କରାଯାଇଛି। ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ତାନାଶାହ କିମ୍‌ ଜଙ୍ଗ୍‌ ଉନ୍‌ ଏହି ପରୀକ୍ଷା ସମୟରେ ଉପସ୍ଥିତ ଥିଲେ। ନେତା କିମ ଜଙ୍ଗ୍‌ ଉନ୍‌ଙ୍କ ଉପସ୍ଥିତିରେ ହୋଇଥିବା ହାଇପରସୋନିକ ମିସାଇଲର  ସଫଳତାର ସହିତ ପରୀକ୍ଷା ହୋଇଛି। ମିସାଇଲ ପରୀକ୍ଷା ହେବାର ଦିନକ ପରେ ବୁଧବାର ଏହା ଜଣାପଡ଼ିଛି। ମିସାଇଲ ପରୀକ୍ଷା ହେବା ନେଇ ଆମେରିକା, ଦକ୍ଷିଣ କୋରିଆ, ଜାପାନ ଆଦି ରାଷ୍ଟ୍ର ଅବଗତ ଅଛନ୍ତି। ସୂଚନାଯୋଗ୍ୟ ଉତ୍ତର କୋରିଆ ଗତ ସପ୍ତାହରେ ମଧ୍ୟ ହାଇପରସୋନିକ ମିସାଇଲ ପରୀକ୍ଷା କରିଥିଲା। ଉତ୍ତର କୋରିଆର ଦ୍ବାରା ପରୀକ୍ଷା କରାଯାଇଥିବା ହାଇପରସୋନିକ ମିସାଇଲ ୭୦୦ କିଲୋମିଟର ଲକ୍ଷ୍ୟଭେଦ କରିପାରିବ। 

057 code kasam
Leave A Reply

Your email address will not be published.