ଲାଇନ୍ ଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ବଡବିଲ, ଜାନୁଆରୀ ୧୨ : ମାଲବାହୀ ଟ୍ରେନ ଲାଇନ ଚ୍ୟୁତ ହୋଇଛି । କେନ୍ଦୁଝର ଜିଲ୍ଲା ବଡବିଲ ରେଳ ସାଇଡିଂରେ ଆଇରନ ଫାଇନ୍ସ ବୋଝେଇ ମାଲବାହୀ ଟ୍ରେନ ଲାଇନ ଚ୍ୟୁତ ହୋଇଛି । ମାଲବାହୀ ଟ୍ରେନର ୨ଟି ବଗି ଟ୍ରାକରୁ ଖସିବା ସହ ଚକ ଭାଙ୍ଗି ବାହାରିଯାଇଛି ।  ଫଳରେ ଶହେ ମିଟରରୁ ଉର୍ଦ୍ଧ୍ୱ ରେଳ ଟ୍ରାକ୍ କ୍ଷତିଗ୍ରସ୍‌ତ ହୋଇଛି । ରେଳ ସାଇଡିଂର ୫ ନମ୍ବର ଟ୍ରାକରେ ଏହି ଦୁର୍ଘଟଣା ଘଟିଛି । ତେବେ ମଙ୍ଗଳବାର ମାଲବାହୀ ବୋଝେଇ ଟ୍ରେନଟି ସାଇଡିଂରୁ ବାହାରିବା ସମୟରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟ୍ରାକକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ରେଳ ବିଭାଗ ଉଦ୍ୟମ ଚଳାଇଛି ।  ଘଟଣାସ୍ଥଳରେ ଟେକ୍ନିକାଲ ଟିମ ପହଞ୍ଚି ମରାମତି କାର୍ଯ୍ୟ ଚଳାଇଛନ୍ତି । ତେବେ କିପରି ଏହି ଦୁର୍ଘଟଣା ଘଟିଲା ସେନେଇ କାରଣ ଜଣାପଡିନାହିଁ । ଓଭର ଲୋଡିଂ ଯୋଗୁଁ ଦୁର୍ଘଟଣା ଘଟିଥିବ ବୋଲି ସନ୍ଦେହ କରାଯାଉଛି । 

Leave A Reply

Your email address will not be published.