ରାଜ୍ୟରେ ୮ ହଜାର ଡେଇଁଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର, ଜାନୁଆରୀ ୧୨ : ରାଜ୍ୟରେ କରୋନା ସଂକ୍ରମଣ ଏବେ ଦ୍ରିତ ଗତିରେ ମାଡିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୭୭୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୧୫୪୭ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦୯୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୬୮୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୧୮ ବର୍ଷରୁ କମ ବୟସର ରହିଛନ୍ତି ୭୯୨ ଜଣ । ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୨୩୧, ବରଗଡରୁ ୧୩୬, ଭଦ୍ରକରୁ ୧୦୩, ବଲାଙ୍ଗୀରରୁ ୨୧୬, ବୌଦ୍ଧରୁ ୧୨, ମୟୂରଭଞ୍ଜରୁ ୩୩୮, ନବରଙ୍ଗପୁରରୁ ୧୧, ନୟାଗଡରୁ ୭୫, ନୂଆପଡାରୁ ୬୭, ପୁରୀରୁ ୨୧୬, ରାୟଗଡାରୁ ୬୫, ସମ୍ବଲପୁରରୁ ୫୯୬, ସମ୍ବଲପୁର ୫୯୬, ସୋନପୁରରପ ୮୭, ସୁନ୍ଦରଗଡରୁ ୧୨୫୨, କଟକରୁ ୭୬୬, ଦେଓଗଡରୁ ୨୫, ଢେଙ୍କନାଳରୁ ୭୮, ଗଞ୍ଜାମରୁ ୧୦୬, ଜଗତସିଂହପୁରରୁ ୧୧୪, ଯାଜପୁରରୁ ୧୯୧, ଝାରସୁଗୁଡାରୁ ୨୦୩, କଳାହାଣ୍ଡିରୁ ୮୬, କନ୍ଧମାଳରୁ ୨୦, କେନ୍ଦ୍ରାପଡାରୁ ୪୬, କେନ୍ଦୁଝରରୁ ୯୫, ଖୋର୍ଦ୍ଧାରୁ ୨୬୧୫, କୋରାପୁଟରୁ ୧୬୧, ମାଲକାନଗିରିରୁ ୧୨ ଓ ଷ୍ଟେଟ ପୁଲରୁ ୫୭୫ ଜଣ ରହିଛନ୍ତି । ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୯୧୫୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୫୨୪୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୭୭୮୩ଜଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.