ଆଜି ମକର ସଂକ୍ରାନ୍ତି

ନୂଆଦିଲ୍ଲୀ, ଜାନୁଆରୀ ୧୪ : ଦେଶବ୍ୟାପୀ ଆଜି ମକର ସଂକ୍ରାନ୍ତି ପାଳନ କରାଯାଉଛି। କୋଭିଡ ସଂକ୍ରମଣର ୩ୟ ଲହର କାରଣରୁ ଏହି ପର୍ବ କଟକଣା ସହିତ ପାଳନ କରାଯାଉଛି। କୁହାଯାଇଥାଏ ଯେ, ଏହି ଦିନରେ ଭଗବାନ ସୂର୍ଯ୍ୟ ନିଜର ପୁତ୍ର ଶନିଦେବଙ୍କୁ ଭେଟିବାକୁ ଯାଆନ୍ତି। ମକର ସଂକ୍ରାନ୍ତି ଦିନ ଖିଚଡି ଖାଇବା ଓ ଦାନ କରିବାକୁ ପୂଣ୍ୟ ବୋଲି ପୂର୍ବ ପୁରୁଷ ମାନେ କହିଥାନ୍ତି। ବାରାଣସୀରେ ଶ୍ରଦ୍ଧାଳୁମାନେ କୋଭିଡ କଟକଣା ପାଳନ କରି ଗଙ୍ଗାନଦୀରେ ବୁଡ଼ ପକାଇଛନ୍ତି। ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ଶ୍ରଦ୍ଧାଳୁମାନେ ଗଙ୍ଗାସାଗରରେ ଶ୍ରଦ୍ଧାର ବୁଡ଼ ପକାଇଛନ୍ତି। ମକର ସଂକ୍ରାନ୍ତି ଓ ପୋଙ୍ଗଲ ଅବସରରେ ତାମିଲନାଡୁରେ ପ୍ରସିଦ୍ଧ ଜାଲିକାଟୁ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇଯାଇଛି। ମଦୁରାଇରେ ଏହି ପ୍ରତିଯୋଗିତା ଅଧିକ ଆକର୍ଷଣୀୟ ହୋଇଥାଏ।ତେବେ କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ କଟକଣା ସହିତ ପାଳନ କରାଯାଉଛି। ସାର୍ବଜନିକ ସ୍ଥଳୀରେ ଶ୍ରଦ୍ଧାଳୁଙ୍କ ମକର ସ୍ନାନ ଉପରେ ବାରଣ କରାଯାଇଛି। ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସମେତ ଅନ୍ୟ ରାଜ୍ୟରେ ମଧ୍ୟ କଟକଣାକୁ ଜୋର ଦିଆଯାଇଛି। ହରିଦ୍ବାରରେ ଗଂଗା ସ୍ନାନ ଉପରେ କଟକଣା ଲାଗୁ ହୋଇଛି। ହରିଦ୍ବାର ଜିଲ୍ଲାପାଳ ବିନୟ ଶଙ୍କର ପାଣ୍ଡେ ଶ୍ରଦ୍ଧାଳୁଙ୍କର ଏହି ପବିତ୍ର ସ୍ନାନ ଉପରେ କଟକଣା ଜାରି କରିଛନ୍ତି। ବାହାର ରାଜ୍ୟ ଓ ଅନ୍ୟ ଜିଲ୍ଲାରୁ ଏଠାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ମଧ୍ୟ ଅନୁମତି ମିଳି ନାହିଁ। ଲୋକଙ୍କୁ ସାମୁହିକ ସ୍ଥଳୀରେ ଏକତ୍ର ନ ହେବା ପାଇଁ ପ୍ରଶାସନ ତରଫରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। 

Leave A Reply

Your email address will not be published.