ପବିତ୍ର ମକର ସଂକ୍ରାନ୍ତିରେ ବିଭିନ୍ନ ଧର୍ମାନୁଷ୍ଠାନରେ କଡ଼ାକଡ଼ି କଟକଣା

ଭୁବନେଶ୍ୱର ,ଜାନୁଆରୀ 14 : ମକର ସଂକ୍ରାନ୍ତି ପାଇଁ କଟକଣା ଜାରି କରିଛନ୍ତି ଏସଆରସି । ଆଜି ମକର ସଂକ୍ରାନ୍ତି ହୋଇଥିବା ବେଳେ କୋଭିଡ଼୍ ସଂକ୍ରମଣକୁ ଦେଖି ଗହଣି ନକରିବାକୁ ପରାମର୍ଶ ଦିଆଯାଇଛି । ନଦୀ ଘାଟ,ପୁଷ୍କରିଣୀ ,ସମୁଦ୍ର ତଟରେ ବୁଡ଼ ପକାଇବା ମନା କରାଯାଇଛି । ଏଥି ସହିତ ମକର ମେଳାରେ ଉତ୍ସବ ପାଳନ କରିବା ସମ୍ପୁର୍ଣ୍ଣ ବାରଣ କରାଯାଇଛି । ମନ୍ଦିରରେ ମଧ୍ୟ କୌଣସି ଜନସାଧାରଣ ପୁଜାର୍ଚ୍ଚନା କରିପାରିବେ ନାହିଁ । କେବଳ ଧର୍ମାନୁଷ୍ଠାନରେ ରୀତିନୀତିରେ କାର୍ଯ୍ୟ ଚାଲିବ । କରୋନା ସଂକ୍ରମଣ ଦୃତ ଗତିରେ ଥିବାରୁ ମକର ଓ ପୋଙ୍ଗଲ ପର୍ବ ପରିବାର ସହ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।ସୁଚନା ଅନୁସାରେ ଆଜି ୧୦୨୭୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଭାବରେ ସଂକ୍ରମଣ ହାର ବଢି ଚାଲିଲେ ଖୁବ୍‌ଶିଘ୍ର ସପ୍ତାହନ୍ତ ବନ୍ଦ ବା ତାଲାବନ୍ଦ ଭଳି ପଦକ୍ଷେପ ସରକାର ନେଇ ପାରନ୍ତି । ତେବେ ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ରହିଥିବାରୁ ବର୍ଦ୍ଧିତ ସଂକ୍ରମଣକୁ ଲକ୍ଷ୍ୟ କରି ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ।

Leave A Reply

Your email address will not be published.