ଓଡିଆ ସିନେ ଜଗତର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ୱର ,ଜାନୁଆରୀ 14 : ଓଡିଆ ସିନେ ଜଗତର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ  ସରୋଜ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି ।୮୧ ବର୍ଷ ବୟସରେ ପରଲୋକ ଘଟିଛି। ହୃଦ୍‌ଘାତ ଯୋଗୁ ବାରିପଦା ବଡ଼ବଜାର ସ୍ଥିତ ବାସଗୃହରେ ତାଙ୍କର ଦେହାନ୍ତ ହୋଇଛି। ସରୋଜ ପଟ୍ଟନାୟକ ୧୯୪୦ ମସିହା ଜୁନ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ଅଭିମାନ, ଫୁଲ ଚନ୍ଦନ, ଝିଅଟି ସୀତା ପରି, ହାକିମ ବାବୁ ଓ ଏଇ ସଂଘର୍ଷରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅଭିଳାଷ, ମୋ ମନ ଖାଲି ତୋରି ପାଇଁ ଓ ତୁମେ ହିଁ ସାଥୀ ମୋର ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ଭାବେ କାର୍ଯ୍ୟ କରିଥିଲେ। ସ୍ବର୍ଗୀୟ ଅକ୍ଷୟ ମହାନ୍ତିଙ୍କ ସିନେମାରେ ଗାଇଥିବା ଶ୍ରେଷ୍ଠ ୧୦ଗୋଟି ଗୀତ ମଧ୍ୟରେ ସେ ଅଧାରୁ ଅଧିକ ଗୀତର ସ୍ବର ସଂଯୋଜନା କରିଥିଲେ ।

Leave A Reply

Your email address will not be published.