୧୬ ବର୍ଷୀୟ ତସନୀମ ରଚିଲେ ଇତିହାସ

ନୂଆଦିଲ୍ଲୀ, ଜାନୁଆରୀ ୧୪ : ଗୁଜରାଟର ମୋହସନା ନିବାସୀ ୧୬ ବର୍ଷୀୟ ବାଳିକା ତଥା ବେଡମିଣ୍ଟନ ଷ୍ଟାର୍‌ ତସନୀମ ମୀର ଯେଉଁ କାମ କରିପାରିଛନ୍ତି, ତାହା ଭାରତରୁ ଏପର୍ଯ୍ୟନ୍ତ ଅଲିମ୍ପିକ୍ସ ପଦକ ଜିତିଥିବା ସାଇନା ନେହୱାଲ ଓ ପିଭି ସିନ୍ଧୁ ମଧ୍ୟ କରିପାରିନାହାନ୍ତି। ତସନୀମ ୧୯ ବର୍ଷରୁ କମ୍‌ ମହିଳା ସିଙ୍ଗଲ ବର୍ଗରେ ବିଶ୍ବର ୧ ନମ୍ବର ଖେଳାଳି ହେବା ସହିତ ଇତିହାସ ରଚିଛନ୍ତି। ଜୁନିଅର ଖେଳାଳି ଭାବେ ସାଇନା ନେହୱାଲ ଓ ପିଭି ସିନ୍ଧୁ ସମେତ ଅନ୍ୟ ଭାରତୀୟ ମହିଳା ଶଟଲର ଏହି ଉପଲବ୍ଧି ହାସଲ କରିପାରି ନଥିଲେ। ତସନୀମ ଏହି ଉପଲବ୍ଧି ହାସଲ କରିବାରେ ପ୍ରଥମ ଭାରତୀୟ କନିଷ୍ଠ ମହିଳା ଖେଳାଳି ହୋଇପାରିଛନ୍ତି। ସୂଚନାଯୋଗ୍ୟ ଜୁନିଅର ୱାର୍ଲ୍ଡ ରାଙ୍କିଙ୍ଗ ୨୦୧୧ରେ ଆରମ୍ଭ ହୋଇଥିଲା। ସେହି ସମୟରେ ସାଇନା ଏହି ସମୟରେ ସାମିଲ ହୋଇପାରି ନଥିଲେ। ପିଭି ସିନ୍ଧୁ ବିଶ୍ବର ୨ ନମ୍ବର ଖେଳାଳି ହୋଇପାରିଥିଲେ। ନୂଆ ଅନୁଭୁତି ନେଇ ତସନୀମ ମୀର କହିଛନ୍ତି, ମୁଁ ବହୁତ ଖୁସି ଅଛି। ପିଭି ସିନ୍ଧୁ ଓ ସାଇନା ନେହୱାଲଙ୍କ ଭଳି ଆଗକୁ ବଢ଼ିବା ପାଇଁ ଉଦ୍ୟମ କରିବି। ବରିଷ୍ଠ ବିଭାଗରେ ଆଗାମୀ ଅଲିମ୍ପିକ୍ସରେ ଭାରତ ତରଫରୁ ପଦକ ଜିତିବାକୁ ଲକ୍ଷ୍ୟ ହାସଲ ପାଇଁ ଅଭ୍ୟାସ କରିବି। 

Leave A Reply

Your email address will not be published.