ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ ଓ ଏଆରଆଇ

ଝାରସୁଗୁଡ଼ା ,ଜାନୁଆରୀ 14 : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ ଓ ଏଆରଆଇ । ଏପରି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ତହସିଲ ଅନ୍ତର୍ଗତ ସାହାସପୁରରେ । ମାତ୍ର ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ହଠାତ୍ କାବୁ କରିଛି ଭିଜିଲାନ୍ସ ଟିମ୍ । ସୁଚନା ଅନୁସାରେ ସେହି ଗ୍ରାମରେ ବାସ କରୁଥିବା ଶାନ୍ତନୁ ସାଣ୍ଡଙ୍କ ମୃତ ବାପାଙ୍କ ଏକ ଲିଗାଲ ହେୟାର ସାର୍ଟିଫିକେଟ କରାଇ ଦେବା ପାଇଁ ୭ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆରଆଇ ଜସ୍ମିତା । ଲାଞ୍ଚ ଟଙ୍କା ଏଆରଆଇ  ଚିଂକିରାଣୀ ନାଏକ ଙ୍କ ଯୋଗେ ଆରଆଇ ଜସ୍ମିତାଙ୍କ ପାଖକୁ ଯିବାର ଥିଲା ହେଲେ ହଠାତ୍ ଏହି ଖବର ଜାଣି ଆରଆଇଙ୍କୁ ଧରିଥିଲେ । ପରେ ସମସ୍ତ ପ୍ରକାର ତଥ୍ୟ ହାସଲ କରିବା ପରେ ମୁଖ୍ୟ ଅଭିଯୁକ୍ତ ଆରଆଇ ଜସ୍ମିତା ଙ୍କୁ  ଧରିବାରେ ସକ୍ଷମ ହୋଇଛି । ଲାଞ୍ଚ ଟଙ୍କାକୁ ଜବତ କରିବା ସହ ଭିଜିଲାନ୍ସ ବିଭାଗ ଅଧିକ ତଦନ୍ତ ଜାରି ରଖିଛି । କେବଳ ଏହି ଗୋଟିଏ ଘଟଣା ନୁହେଁ ଆଗରୁ ମଧ୍ୟ  ଏପରି କାର୍ଯ୍ୟରେ ଲିପ୍ତ ଥିବାର ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.