ଭାରତରେ କରୋନାର ୨ୟ ଲହରରେ ୨.୪ ଲକ୍ଷ ଲୋକଙ୍କ ମୃତ୍ୟୁ, ପୁଣି ଆସିପାରେ ସଂକଟ

ନୂଆଦିଲ୍ଲୀ, ଜାନୁଆରୀ ୧୪ : ସଂଯୁକ୍ତ ରାଷ୍ଟ୍ର କରୋନା ଭାଇରସ୍‌କୁ ନେଇ ଚେତାବନୀ ଜାରି କରିଛି। ୟୁଏନ୍‌ର ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଭାରତରେ କରୋନାର ୨ୟ ଲହର ଅର୍ଥାତ ଡେଲ୍‌ଟା ଭାରିଆଣ୍ଟରେ ଗତବର୍ଷ ଏପ୍ରିଲରୁ ଜୁନ୍‌ ମାସ ମଧ୍ୟରେ ୨.୪ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏଥି ସହିତ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ଆଗାମୀ ଦିନରେ ଏହିଭଳି ସ୍ଥିତି ପୁଣି ଥରେ ଉପୁଜିପାରେ। ୟୁଏନ୍‌ର ୱାର୍ଲ୍ଡ ଇକୋନ‌ୋମିକ ସିଚୁଏଶନ ଆଣ୍ଡ ପ୍ରୋସପେକ୍ଟସ (WESP) ୨୦୨୨ର ରିପୋର୍ଟ ଅନୁସାରେ ଓମିକ୍ରନ୍‌ ଭାରିଆଣ୍ଟ କାରଣରୁ ସଂକ୍ରମଣର ନୂଆ ଲହର ଆସିଛି ଏବଂ ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼ିବା ନିଶ୍ଚିତ। ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ଡେଲ୍ଟାର ମାରାତ୍ମକ ଲହର କାରଣରୁ ୨.୪ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା।  ୟୁଏନ୍‌ ରିପୋର୍ଟରେ କୁହାଯାଇଛି ଯେ, କରୋନା ଭାଇରସ ସଂକ୍ରମଣ ବ୍ୟାପିବା ବିରୋଧରେ ନିୟନ୍ତ୍ରଣ ପାଇଁ ସମସ୍ତଙ୍କ ନିକଟରେ ଟିକା ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି। ଏହି ମହାମାରୀ ଯୋଗୁଁ ବିଶ୍ବର ଅର୍ଥନୀତି ଉପରେ ପ୍ରଭାବ ପଡ଼ିଛି। ଏଥି ସହିତ ଦକ୍ଷିଣ ଏସିଆ ଆଗାମୀ ଦିନରେ ଆହୁରି ଅସୁବିଧାର ସାମ୍ନା କରିପାରେ। ଏଠାରେ କରୋନା ଟିକା ମନ୍ଥର ଗତିରେ ଦିଆଯାଉଥିବାରୁ କରୋନାର ନୂଆ ଭାରିଆଣ୍ଟ ସକ୍ରିୟ ହେବାକୁ ପ୍ରୋତ୍ସାହନ ଯୋଗାଇପାରେ। 

Leave A Reply

Your email address will not be published.