ପ୍ରୟାଗରାଜରେ ରେଳଧାରଣା ଉପରେ ମିଳିଲା ସନ୍ଦିଗ୍ଧ ସାମଗ୍ରୀ, ୧୬ଟି ଟ୍ରେନ୍‌ ଚଳାଚଳ ପ୍ରଭାବିତ

ପ୍ରୟାଗରାଜ, ଜାନୁଆରୀ ୧୪ : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଗୁରୁବାର ରାତି ରେଳଧାରଣା ଉପରୁ ସନ୍ଦିଗ୍ଧ ସାମଗ୍ରୀ ଉଦ୍ଧାର ହୋଇଛି। ରେଳଧାରଣା ଉପରେ ଟାଇମର ଭଳି ଜିନିଷ ଥିବା ନେଇ ସୂଚନା ମିଳିବା ପରେ ପ୍ରୟାଗରାଜ ରେଳ ଡିଭିଜନର ବରିଷ୍ଠ ଅଧିକାରୀ ମାନେ ଯଥାଶୀଘ୍ର ଘଟଣାସ୍ଥଳକୁ ପହଞ୍ଚିଥିଲେ। ଗୁରୁବାର ରାତି ପାଖାପାଖି ୯ଟାରେ ସୂଚନା ମିଳିବା ପରେ ବୋମା ନିଷ୍କ୍ରିୟ ଟିମ୍‌ ପାଖାପାଖି ୧୦ଟା ୫୦ରେ ଭୀରପୁର-ମେଜା ରୋଡ ମଝିରେ ପହଞ୍ଚିଥିଲେ। ରେଳଧାରଣାରୁ ରାତି ୧୧ଟା ୨୦ ମଧ୍ୟରେ ସନ୍ଦିଗ୍ଧ ସାମଗ୍ରୀ ବାହାର କରାଯାଇଥିଲା। ରେଳବାଇର ଅନୁସାରେ ଏହି ଅଘଟଣ ଯୋଗୁଁ ୧୬ଟି ଟ୍ରେନ୍‌ର ଯାତାୟତ ପ୍ରଭାବିତ ହୋଇଛି। ସୂଚନାଯୋଗ୍ୟ, ଆଜି ଦେଶବ୍ୟାପୀ ମକର ସଂକ୍ରାନ୍ତି ପାଳନ ହେଉଛି। ପ୍ରୟାଗରାଜରେ ମଧ୍ୟ ପବିତ୍ର ଗଙ୍ଗା ନଦୀରେ ବୁଡ଼ ପକାଇବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। କିନ୍ତୁ ଚଳିତ ବର୍ଷ କରୋନା ସଂକ୍ରମଣ ଯୋଗୁଁ କଟକଣା ଲାଗୁ ହୋଇଛି। ପ୍ରୟାଗରାଜରେ ଶ୍ରଦ୍ଧାର ବୁଡ଼ ପକାଇବା ନେଇ ଉତ୍ତରପ୍ରଦେଶ ସରକାର ପୂର୍ବରୁ ଗାଇଡଲାଇନ୍‌ ଜାରି କରିଛନ୍ତି। 

Leave A Reply

Your email address will not be published.