ଆଜି ବି ରାଜ୍ୟର ୫ ଜିଲ୍ଲାରେ ଜାରି ରହିବ ବର୍ଷା

ଭୁବନେଶ୍ୱର ,ଜାନୁଆରୀ 14 : ଆଜି ବି ରାଜ୍ୟରେ ଜାରି ରହିବ ବର୍ଷା । ଆସନ୍ତା କାଲି ମଧ୍ୟ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି । ଯାଜପୁର ଜିଲ୍ଲା ବଡ଼ଚଣାରେ ସର୍ବାଧିକ ୭୦ ମିଲିମିଟର ବର୍ଷା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଯାଜପୁର ଜିଲ୍ଲାରେ ହାରାହାରି ୧୯.୬, ଭଦ୍ରକରେ ୧୮.୧, ନବରଙ୍ଗପୁରରେ ୧୫.୫, କଟକରେ ୧୪.୨, ରାୟଗଡ଼ାରେ ୧୩, ଗଜପତିରେ ୧୨.୨, କନ୍ଧମାଳରେ ୧୧.୫, ନୂଆପଡ଼ାରେ ୧୧.୩ ମିଲିମିଟର ବର୍ଷା ରେକର୍ଟ ହୋଇଛି । ସେହିପରି ଆସନ୍ତା କାଲି ମଧ୍ୟ ଉପକୂଳ ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ରାୟଗଡ଼ା ଓ କୋରାପୁଟରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ଆସନ୍ତା ୩ ଘଣ୍ଟା ପାଇଁ ୧୧ ଟି ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଦିଆଯାଇଛି ।ଢେଙ୍କାନାଳ,ଅନୁଗୁଳ,ଯାଜପୁର,କେନ୍ଦ୍ରାପଡ଼ା,ଜଗତସିଂହପୁର,କଟକ,ଗଞ୍ଜାମ,ଗଜପତି,ଖୋର୍ଦ୍ଧା,ନୟାଗଡ଼ ଓ କନ୍ଧମାଳକୁ ମଧ୍ୟ ସତର୍କ ସୁଚନା ଦିଆଯାଇଛି ।

Leave A Reply

Your email address will not be published.