ରାଜ୍ୟରେ ଦଶ ହଜାର ପାର କଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର, ଜାନୁଆରୀ ୧୫ : ରାଜ୍ୟରେ ଗତ ତିନି ଦିନ ଧରି ଦୈନିକ ସଂକ୍ରମଣ ଦଶ ହଜାର ଉପରେ ରହିଛି । ଖୁବ ଅଳ୍ପ ଦିନରେ ଏହା ଦ୍ୱୀତିୟ ଲହର ଶୀର୍ଷ ଟପିଯିବ । ଆଜି ରାଜ୍ୟରେ ୧୦ ହଜାର ୮୫୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୨୧ ଜଣ ଶିଶୁ ରହିଥିବା ବେଳେ ଆଜିର ସଂକ୍ରମଣକୁ ମିଶାଇ ରାଜ୍ୟରେ ସକ୍ରିୟ ସଂକ୍ରମଣ ସଂଖ୍ୟା ୬୧ ହଜାର ୮୦୯ରେ ପହଁଞ୍ଚିଛି । ଆଜିର ସଂକ୍ରମିତଙ୍କ ମଧ୍ୟରୁ ୬୨୯୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୫୬୩ ସଂକ୍ରମିତ ବାହାରିଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ଦୁଇ ଜଣ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି। ଏହିପରି ସଂକ୍ରମଣ ଜାରି ରହିଲେ ଜାନୁଆରୀ ଶେଷ ସପ୍ତାହକୁ ସଂକ୍ରମଣ ଶୀର୍ଷ ଛୁାଇଁବ ବୋଲି ବିଶେଷଜ୍ଞ କହୁଛନ୍ତି । ସେତେବେଳକୁ ଦୈନିକ ୩୦ରୁ ୩୫ ହଜାର ସଂକ୍ରମିତ ହେବେ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ୪ଟି ଜିଲ୍ଲା ଲାଲ ବୟରେ ରହିଛି । ଗତକାଲି ରାଜ୍ୟରେ ୭୪ ହଜାର ୯୩୬ ନମୁନା ପରୀକ୍ଷଣ ହୋଇଥିବା ବେଳେ ୧୦,୮୫୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍‌(ଟିପିଆର) ୧୪.୪୮% ରେ ପହଁଞ୍ଚିଛି ।  ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ ବାହାରିଛନ୍ତିି । ଗତ ୨୪ ଘଣ୍ଟାରେ ୩୦୮୭ ସଂକମିତ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ସୁନ୍ଦରଗଡ଼ରୁ ୧୯୪୩, କଟକରୁ ୯୦୯, ସମ୍ବଲପୁରରୁ ୫୦୦ , ମୟୁରଭଞ୍ଜରୁ ୩୭୬, ବାଲେଶ୍ୱରରୁ ୩୨୬,ପୁରୀ ୧୯୮, ଯାଜପୁରରୁ ୨୧୦, ଝାରସୁଗୁଡା ୨୧୧, ବଲାଙ୍ଗିର ୨୫୯, ଗଞ୍ଜାମ ୧୩୯, ଜଗତସିଂହପୁରରୁ ୨୨୨, କଳାହାଣ୍ଡି ୧୪୪, କେଉଁଝର ୮୪, କୋରାପୁଟ ୧୬୫, ନବରଙ୍ଗପୁର ୧୦୬, ରାୟଗଡା ୧୫୬, ସୋନପୁର ୧୦୨, ନୟାଗଡ ୧୪୫, ନୂଆପଡା ୭୫. ଭଦ୍ରକ ୧୦୧, ବରଗଡ ୧୪୫, ଅନୁଗୁଳ ୧୦୪ ବୌଦ୍ଧ ୩୮, ଦେଓଗଡ ୨୪, ଢେଙ୍କାନାଳ ୬୯, ଗଜପତି ୧୩୫, କନ୍ଧମାଳ ୪୨, ମାଲାକାନଗିରି ୫୪ ଏବଂ ଷ୍ଟେଟ୍‌ପୁଲ୍‌ରୁ ୭୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.