ରାଜ୍ୟରେ ଲେଉଟିଲା ଶୀତ

ଭୁବନେଶ୍ୱର, ଜାନୁଆରୀ ୧୫ : ଓଡ଼ିଶାରେ ଚଳିତ ବର୍ଷ ମୌସୁମୀ ଆଗମନ ସମୟରେ ନିଅଣ୍ଟିଆ ବର୍ଷା କାରଣରୁ ଧାନ ଫସଲ ଭିଷଣ ଭାବରେ ପ୍ରଭାଭିତ ହୋଇଥିଲା । ପରେ ସେପ୍ଟେମ୍ବର ମାସରେ ରଜ୍ୟରୁ ମୌସୁମୀ ଅପସାରି ଯାଇଥିଲେ ମଧ୍ୟ ବର୍ଷା ଲାଗି ରହିଛି । ଏଥି ଯୋଗୁ ପନିପରିବାଠାରୁ ଆରମ୍ଭ କରି ଡାଲି ଜାତିୟ ଫସଲ ନଷ୍ଟ ନେଉଛି । ଜାନୁଆରୀ ୧୧ରୁ ଆରମ୍ଭ ହୋଇଥିବା ବର୍ଷା କୁଆପଥର କାରଣରୁ ବ୍ୟାପପକ ଚାଷ୍ ନଷ୍ଟ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ଧାନ ଭିଜିବା ଲକ୍ଷ୍ୟକୁ ଆସିଛି ।  ଏହାରି ମଧ୍ୟରେ ରାଜ୍ୟରେ ପୁଣୀ ଆସନ୍ତା ୨୧ରୁ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ କୂଆପଥର ସହିତ ବର୍ଷା ଅନୁଭୁତ ହୋଇପାରେ । ତେବେ ରାଜ୍ୟରେ ବର୍ତ୍ତମାନ ବର୍ଷାର ପରିମାଣ କମିବା ସହିତ ଶୀତ ବଢିବ । ରାତି ସମୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ତଳକୁ ଖସିବ । ୧୯ ତାରିଖ ପରେ ପୁଣି ପାରଦ ଉପରମୁହାଁ ହେବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି , ଗଞ୍ଜାମ , ନବରଙ୍ଗପୁର ,ରାୟଗଡ଼ା , ମାଲକାନଗିରି କୋରାପୁଟ ଜିଲାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷ ହେବାର ସମ୍ଭାବନା ରହିଛି ଏଥିସହିତ ସୁନ୍ଦରଗଡ଼ , କେନ୍ଦୁଝର , ଝାରସୁଗୁଡ଼ା , ସମ୍ବଲପୁର , ବରଗଡ଼ , ସୋନପୁର , ବଲାଙ୍ଗୀର ଏବଂ ନୂଆପଡ଼ା ଜିଲାର କେତେକ ସ୍ଥାନରେ ହାଲୁକା କୁହୁଡି ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଦାରିଙ୍ଗବାଡ଼ିରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୧୧ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି ।

Leave A Reply

Your email address will not be published.