ଆଜି ଜିଲ୍ଲାପାଳ, ଏସ୍‌ପିଙ୍କ ସହିତ ନିର୍ବାଚନ ଆୟୁକ୍ତଙ୍କ ବୈଠକ, ପଞ୍ଚାୟତ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଏବଂ ନିରପେକ୍ଷ କରିବା ଲକ୍ଷ୍ୟ

ଭୁବନେଶ୍ୱର, ଜାନୁଆରୀ ୧୫: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଥିବା ବେଳେ ଗାାଁ ଗାଁରେ ରାଜନୈତିକ ମାହୋଲ ଚଳଚଞ୍ଚଳ ହୋଇ ଉଠିଛିି । ଏଭଳି ପରିସ୍ଥିତିରେ କିପରି ଆଇନ୍ ଶୃଙ୍ଖଳା ବଜାୟ ରହିବ ଏବଂ ସୁଚାରୁ ରୂପେ ନିର୍ବାଚନ ଶେଷ ହେବ ସେ ନେଇ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ସହିତ ବୈଠକ କରିବେ ରାଜ୍ୟ ନିର୍ବାଚନ ଆୟୁକ୍ତ । ନିର୍ବାଚନକୁ ଅବାଧ,ସ୍ୱଚ୍ଛ ଏବଂ ନିରପେକ୍ଷ କରିବା ଏହି ବୈଠକର ମୁଖ୍ୟ ଏଜେଣ୍ଡା ରହିବ ।ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ମଧ୍ୟରେ ଦୃଶ୍ୟ ସଞ୍ଚାରୀ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମଧ୍ୟ ଯୋଗ ଦେବେ । ପୁର୍ବରୁ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ତାରିଖ ଘୋଷଣା କରିବା ସହିତ ଆଦର୍ଶ ଆଚରଣବିଧୀ ମଧ୍ୟ ଲାଗୁ କରିଛନ୍ତି । ନିର୍ବାଚନ କାର୍ଯ୍ୟସୂଚି ପାଇଁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇ ସାରିଛି । ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ଅନୁଯାୟୀ ୫ ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଜାନୁଆରି ୧୭ରୁ ୨୧ ମଧ୍ୟରେ ମନୋନୟନ ପତ୍ର ଦାଖଲ କରାଯିବ। ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ ୨୪ରେ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟିଂ ହେବ। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ମଧ୍ୟାନ ୧ଟା ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଥର ପାଇଁ ବ୍ଲକ୍‌ରେ ଭୋଟ୍ ଗଣତି ହେଉଥିବା ବେଳେ ଫେବ୍ରୁଆରି ୨୬ରୁ ୨୮ ପର‌୍ୟ୍ୟନ୍ତ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା ହେବ। ୨କୋଟି ୭୯ଲକ୍ଷ ୩୫ହଜାର ୫୨୦ଜଣ ମତଦା‌ତା ୯୧,୯୧୩ ୱାର୍ଡମେମ୍ବର, ୬୭୯୪ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନିର୍ବାଚିତ କରିବେ।

Leave A Reply

Your email address will not be published.