କରୋନାରୁ ସାମାନ୍ୟ ଆଶ୍ବସ୍ତି

ନୂଆଦିଲ୍ଲୀ, ଜାନୁଆରୀ ୧୭ : କରୋନା ଭାଇରସ୍‌ ସଂକ୍ରମଣରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ହ୍ରାସ ପାଇଛି। ବିଶ୍ବବ୍ୟାପୀ ୧୯ ଲକ୍ଷ ୨୨ ହଜାର ୩୯୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୯ ଲକ୍ଷ ୮୫ ହଜାର ୮୮୩ ଜଣ ସୁସ୍ଥ ହୋଇଥିବା ବେଳେ ୩୯୫୩ ଜଣ ପ୍ରାଣ ହରାଇଛନ୍ତି। ଗତ ୧୪ ତାରିଖ ଦିନ ବିଶ୍ବବ୍ୟାପୀ ୩୧ ଲକ୍ଷ ୩ ହଜାର ୬୧୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୧୧ ଲକ୍ଷ ୧୫ ହଜାର ୫୩୯ ଜଣ ସୁସ୍ଥ ହୋଇଥିଲେ। ଏହି ସମୟ ମଧ୍ୟରେ ୭୧୪୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ, ସ୍ପେନ ଓ ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୩୨ କୋଟି ୮୬ ଲକ୍ଷ ୬ ହଜାର ୮୦୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଥିବା ବେଳେ ସଂକ୍ରମଣରୁ ୨୬ କୋଟି ୭୩ ଲକ୍ଷ ୯୭ ହଜାର ୨୫୯ ଜଣ ସୁସ୍ଥ ହୋଇସାରିଛନ୍ତି। କରୋନାରେ ୫୫ ଲକ୍ଷ ୫୭ ହଜାର ୪୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ କୋଟି ୫୬ ଲକ୍ଷ ୫୨ ହଜାର ୬୨ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୯୬ ହଜାର ୫୧ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

Leave A Reply

Your email address will not be published.