ପ୍ରସିଦ୍ଧ କଥକ ସମ୍ରାଟ ପଣ୍ଡିତ ବିରଜୁ ମହରାଜଙ୍କ ୮୩ ବର୍ଷ ବୟସରେ ପରଲୋକ

ମୁମ୍ବାଇ/ଲକ୍ଷ୍ନୌ, ଜାନୁଆରୀ ୧୭ : ପ୍ରସିଦ୍ଧ କଥକ ନର୍ତ୍ତକ ପଣ୍ଡିତ ବିରଜୁ ମହାରାଜଙ୍କ ପରଲୋକ ହୋଇଯାଇଛି। ବିରଜୁଙ୍କ ହୃଦ୍‌ଘାତ କାରଣରୁ ରବିବାର ବିଳମ୍ବିତ ରାତ୍ରୀରେ ଲକ୍ଷ୍ନୌ ଠାରେ ତାଙ୍କର ମୃତ୍ୟୁ ହୋଇଛି। ସେ ମୃତ୍ୟୁ ବେଳକୁ ୮୩ ବର୍ଷ ବୟସର ଥିଲେ। ବିରଜୁଙ୍କ ପରଲୋକ ନେଇ ତାଙ୍କର ପରିବାର ଲୋକେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିରଜୁ ମହାରାଜ ୧୯୩୮ ମସିହା ଫେବୃଆରୀ ୪ରେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ। ବିରଜୁ ମହରାଜଙ୍କ ପ୍ରକୃତ ନାଁ ବ୍ରଜମୋହନ ମିଶ୍ରା ଥିଲା। ନାତି ସ୍ବରାଂଶ ମିଶ୍ରା ସାମାଜିକ ଗଣମାଧ୍ୟମରେ ବିରଜୁ ମହାରାଜଙ୍କ ପରଲୋକ ନେଇ ସୂଚନା ଦେଇଛନ୍ତି। ୧୯୮୩ରେ ପଦ୍ମ ବିଭୂଷଣରେ ସମ୍ମାନିତ ବିରଜୁ ମହାରାଜ ବଲିଉଡର ଏକାଧିକ ଫିଲ୍ମରେ ଡ୍ୟାନ୍ସ କୋରିଓଗ୍ରାଫ କରିଛନ୍ତି। ଏଥିରେ ଉମରାଓ ଜାନ, ଡେଢ଼ ଇସ୍କିୟା, ବାଜିରାଓ ମସ୍ତାନୀ ଭଳି ଫିଳ୍ମ ସାମିଲ ରହିଛି। ପଦ୍ମବିଭୂଷଣ ବ୍ୟତୀତ ତାଙ୍କୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଓ କାଳିଦାସ ସମ୍ମାନ ମଧ୍ୟ ମିଳଛି। ୨୦୧୨ରେ ବିଶ୍ବରୂପମ ଫିଲ୍ମରେ ନୃତ୍ୟ କୋରିଓଗ୍ରାଡ଼ ପାଇଁ ତାଙ୍କୁ ନ୍ୟାସନାଲ ଫିଲ୍ମ ପୁରାସ୍କାରରେ ସମ୍ମାନିତ କରାଯାଇଥିଲା। ବିରଜୁଙ୍କ ପରଲୋକରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ଲୋକପ୍ରିୟ ଗାୟକ ଅଦନାମ ସାମୀ ଟୁଇଟ କରି ଲେଖିଛନ୍ତି, ମହାନ କଥକ ନର୍ତ୍ତକ ପଣ୍ଡିତ ବିରଜୁ ମହରାଜଙ୍କ ମୃତ୍ୟୁ ଖବର ଶୁଣି ମର୍ମାହତ ଅନୁଭବ କରୁଛି। ଆଜି ଆମେ କଳା ଜଗତର ଜଣେ ଅମୂଲ୍ୟ ରତ୍ନକୁ ହରାଇଛେ। 

Leave A Reply

Your email address will not be published.