ଉ:ପ୍ର ନିର୍ବାଚନ: ୬୨ଟି ଆସନରେ ‘ମହାରାଜ ଜୀ’ଙ୍କ ସ୍ବତନ୍ତ୍ର ପ୍ରଭାବ, ବିଜେପିର ମିଶନ ପୂର୍ବାଞ୍ଚଳ କେମିତି

ଗୋରଖପୁର, ଜାନୁଆରୀ ୧୭ : ଗୋରଖପୁରରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ବାଚନ ଲଢ଼ିବା ନେଇ ନିଷ୍ପତ୍ତିକୁ ରାଜନୈତିକ ଭାବେ ବିଜେପିର ଏକ ବଡ଼ ରଣନୀତି କୁହାଯାଇଛି। ଗୋରକ୍ଷପୀଠର ମହନ୍ତ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୀର୍ଘ ଦିନରୁ ପୂର୍ବାଞ୍ଚଳର ଚାରିଆଡେ ରାଜନୈତିକ ଦଶା ଓ ଦିଶା ନିର୍ଦ୍ଧାରଣ କରୁଛନ୍ତି। ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁସାରେ ଯୋଗୀଙ୍କୁ ଗୋରଖପୁରରୁ ଲଢ଼ାଇବା ପାଇଁ ବିଜେପି ଏକ ବଡ଼ ରଣନୀତି କରିଛି। ବିଜେପି ପୂର୍ବ ଉତ୍ତର ପ୍ରଦେଶରେ ଥିବା ୬୨ଟି ଆସନରେ ନିଜର ପ୍ରଭାବ ରଖିବାକୁ ଚାହୁଁଛି। ଏହି ଅଞ୍ଚଳରେ ୨୦୧୭ ନିର୍ବାଚନରେ ବିଜେପି ଦୁଇ ତୃତୀୟାଂଶ ଆସନରେ ବିଜୟୀ ହୋଇଥିଲା। ଯୋଗୀଙ୍କ ଗୋରଖପୁରରୁ ନିର୍ବାଚନ ଲଢ଼ିବା ଗୋରଖପରୁ, ଆଜମଗଡ଼ ଓ ବସ୍ତୀ ମଣ୍ଡଳର ସିଟ ପାଇଁ ସ୍ବତନ୍ତ୍ର ମହତ୍ବପୂର୍ଣ୍ଣ। ଗୋରଖପୁରରୁ ଲାଗିଥିବା ବସ୍ତୀ, ଆଜମଗଡ଼ ଓ ଦେବୀପାଟନ ମଣ୍ଡଳରେ ଯୋଗୀଙ୍କ ଗୋରକ୍ଷପୀଠ ରାଜନୈତିକ ଭାବେ ବହୁତ ସକ୍ରିୟ ଅଛନ୍ତି। ଯୋଗୀ ନିଜର ଆଖପାଖର ୭ ଜିଲ୍ଳର ୬୦ରୁ ଊର୍ଦ୍ଧ୍ବ ଆସନରେ ପ୍ରଚାର କରିଥିଲେ। ୨୦୧୭ରେ ୬୨ଟି ଆସନରୁ ବିଜେପି ୪୪ଟିରେ ବିଜୟୀ ହୋଇଥିଲା। ମାତ୍ର ସେହି ସମୟରେ ଯୋଗୀ ଏହି ଅଞ୍ଚଳକୁ ସାଂସଦ ଭାବେ ଆସିଥିଲେ। ତେଣୁ କୁହାଯାଉଛି ଯେ, ଯୋଗୀ ଗୋରଖପୁରରୁ ନିର୍ବାଚନରେ ଲଢ଼ିବା ଯୋଗୁଁ ପୂର୍ବାଞ୍ଚଳରେ ଥିବା ଆସନ ଗୁଡ଼ିକରେ ମଧ୍ୟ ପ୍ରଭାବ ପଡ଼ିବ। 

Leave A Reply

Your email address will not be published.