ଧାନ ବୋଝେଇ ଟ୍ରକରେ ପିଟିହେଲା ବରଯାତ୍ରୀ ଗାଡି, ୪ ମୃତ ଓ ୭ ଗୁରୁତର

ଧର୍ମଗଡ ୨୨/୦୨: କେସିଙ୍ଗା ଥାନା NH ୨୧୭ ତୁର୍ଳାଖମନ ଠାରେ ଏକ ମର୍ମନ୍ତୁଡ ସଡ଼କ ଦୁର୍ଘଟଣା । ଧାନ ବୋଝେଇ ଟ୍ରକରେ ପିଟିହେଲା ବରଯାତ୍ରୀ ଗାଡି । ତେବେ ଏଥିରେ ୪ ଜଣଙ୍କ ମୃତ୍ୟ ହେବା ସହ ୭ ଗୁରୁତର ଆହତ ହୋଇଛନ୍ତି । ଟିତକେଲା ଠାରୁ ପିପଲପଦରକୁ ବରଯାତ୍ରୀ ଯାଇ ବୋଲେରୋରେ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଏକ ଧାନ ବୋଝେଇ ଟ୍ରକ ଶହ ପିଟି ହୋଇଯାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ୪ଜଣଙ୍କ ମୃତ୍ୟୁ ହୋଇଥିଲା । ୭ଜଣ ଗୁରୁତର ଆହତ ହୋଇଥିଲେ । ଫଳରେ ଗୁରୁତରଙ୍କୁ ଭବାନୀପାଟଣା ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଯାଇଛି । ଗୁରୁତର ଆହତଙ୍କ ମଧ୍ୟରେ ଏକ ଛୁଆକୁ ବୁର୍ଲା ମେଡ଼ିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି । ମୃତକଙ୍କ ମଧ୍ୟରେ ୩ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ବୋଲେରୋରେ ସମୁଦାୟ ୧୧ ଜଣ ଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.