କପି ପାଇଁ ହାଇଟେକ୍‌ନିକ୍ : ଅପରେସନ୍‌ କରି କାନରେ ଲଗାଇଥିଲେ ବ୍ଲୁଟୁଥ୍‌

ଭୋପାଲ ୨୩।୦୨:  ୨୦୦୩ରେ ରିଲିଜ୍‌ ହୋଇଥିବା ଫିଲ୍ମରେ ମୁନ୍ନା ଭାଇ ଏମବିବିଏସରେ ସଞ୍ଜୟ ଦତ୍ତ ତାଙ୍କ କାନରେ ବ୍ଲୁଟୁଥ୍ ଦେଇ ପରୀକ୍ଷାରେ ପାସ୍‌ ହୋଇଥିଲେ । ଠିକ୍‌ ସେହିଭଳି ଇନ୍ଦୋରର ଦୁଇ ଜଣ ଛାତ୍ର ତାଙ୍କ ଠାରୁ ପ୍ରେରଣା ପାଇ ଠକିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଏଥିରେ ସଫଳ ହୋଇପାରିଲେ ନାହିଁ । ବାସ୍ତବରେ ମହାତ୍ମା ଗାନ୍ଧୀ ମେଡିକାଲ କଲେଜରେ ଫାଇନାଲ୍‌ ଟେଷ୍ଟରେ ଦୁଇଜଣ ଛାତ୍ର କପି କରୁଥିବା ବେଳେ ଧରାପଡିଥିଲେ। ତେବେ ଏହି  ଘଟଣାରେ, ଦୁଇଜଣ ଡାକ୍ତରୀ ଛାତ୍ର ସଞ୍ଜୟ ଦତ୍ତଙ୍କ ଫିଲ୍ମ ମୁନ୍ନା ଭାଇ ଏମବିବିଏସ୍ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଏବଂ ପରୀକ୍ଷାରେ କପି କରିବା ପାଇଁ ମାଇକ୍ରୋ ସାଇଜ୍ ବ୍ଲୁଟୁଥ୍ ଡିଭାଇସ୍‌ ଗୁଡ଼ିକୁ ସର୍ଜରୀ କରି କାନରେ ଲଗାଇଥିଲେ। ଏମବିବିଏସ୍ ପରୀକ୍ଷା ପାଇଁ ହାଜର ହୋଇଥିବାବେଳେ ଏହି ସ୍କ୍ବାଡ୍‌ ସାହାଯ୍ୟରେ ଦୁଇଜଣଙ୍କୁ ଧରିଥିଲେ। ଏହାକୁ ନେଇ ଜଣେ ଅଧିକାରୀ କହିଛନ୍ତି ଯେ ମଧ୍ୟପ୍ରଦେଶର ଇନ୍ଦୋରରେ ବ୍ଲୁଟୁଥ୍ ସାହାଯ୍ୟରେ ଦୁଇଜଣ ଡାକ୍ତରୀ ଛାତ୍ର କପି କରୁଥିବାବେଳେ ଧରାପଡିଥିଲେ। ଏହାକୁ ସେ ଚତୁରତାର ସହ କାନରେ ରଖିଥିଲେ । ଏହା ସହ ଅନ୍ୟ ଅଧିକାରୀ ଜଣକ କହିଛନ୍ତି, “ଜଣେ ଛାତ୍ର ତାଙ୍କ ପୋଷାକରେ ସିମ୍ ଥିବା ଏକ ଛୋଟ ଉପକରଣକୁ ଲୁଚାଇ ରଖିଥିଲେ, ଯାହା ମୋବାଇଲ୍ ଫୋନ୍ ଭାବରେ ବ୍ୟବହୃତ ହେଉଥିଲା। ଅନ୍ୟ ଜଣେ ଛାତ୍ର ଏକ ସାଧାରଣ ମୋବାଇଲ୍ ସହ ସଂଯୋଗ କରିଥିଲେ । ଯାହା କପି କରିବା ପାଇଁ ଉଭୟେ ବ୍ଲୁଟୁଥ୍ ଗୁଡିକ କାନରେ ଲାଗାଇଥିଲେ। ଯାହାକୁ କେହି ବି ଦେଖି ପାରିବେ ନାହିଁ । ଏହା ସହ ସେ କହିଛନ୍ତି କି ଆମେ ଭାବୁଛୁ ଏହି ମାଇକ୍ରୋଫୋନ୍ ଗୁଡିକ ଉଭୟ ଛାତ୍ରଙ୍କ କାନରେ ସର୍ଜିକାଲ ଫିଲ୍ଟେଡେ୍‌ ଭାବେ ଲଗାଯାଇଛି। ବର୍ତ୍ତମାନ ଉଭୟ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.