ପରମାଣୁ ଲଢ଼େଇର ନିକଟତର କି ବିଶ୍ୱ? 

ନୂଆଦିଲ୍ଲୀ, ମାର୍ଚ୍ଚ ୦୧ : ୟୁକ୍ରେନ୍ ସହିତ ଯୁଦ୍ଧ ନେଇ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନି ପରମାଣୁ ଅସ୍ତ୍ର ପ୍ରସ୍ତୁତ ରଖିବାକୁ ଆଦେଶ ଦେବା ପରେ ସମଗ୍ର ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଇଛି । ସମସ୍ତଙ୍କୁ ଭୟ ହେଉଛି ଯେ, ରୁଷିଆ ପରମାଣୁ ଆକ୍ରମଣ କରିବ କି? ଏହାରି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଆମେରିକାର ଲୋକଙ୍କୁ ପରମାଣୁ ଲଢ଼େଇର ଭୟ ନ କରିବା ଉଚିତ । ଏହାର ଅର୍ଥ ସିଧାସଳଖ ନହେଲେ ବି ଆମେରିକା ମଧ୍ୟ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି ।  ସୂଚନାଯୋଗ୍ୟ, ୧୯୪୫ ମସିହାରେ ଶେଷ ଥର ପାଇଁ ପରମାଣୁ ଯୁଦ୍ଧ ହୋଇଥିଲା । ୭୭ ବର୍ଷ ପରେ ୟୁକ୍ରେନ ଯୁଦ୍ଧ ଯୋଗୁଁ ପୁଣି ଥରେ ଅତୀତର ସେହି ବିପଦ ମାଡ଼ି ଆସୁଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ୩୦ କିଲୋଟନର ପରମାଣୁ ବୋମା ଯଦି ରୁଷିଆ ବ୍ୟବହାର କରେ ତା’ହେଲେ ୪ କିଲୋମିଟର ଅଞ୍ଚଳ ସଂପୂର୍ଣ୍ଣ ରୂପେ ଧ୍ୱଂସ ପାଇଯିବ । ସେହିପରି ୧୦୦୦ କିଲୋଟନ ପରମାଣୁ ବୋମା ୧୦୦ କିମି ପର୍ଯ୍ୟନ୍ତ ପ୍ରଭାବ ପକାଇପାରିବ । ଏହି ଆକ୍ରମଣ ହିରୋସିମା ଓ ନାଗାସାକି ଠାରୁ ମଧ୍ୟ ଅଧିକ କ୍ଷତି କରିପାରିବ । 

Leave A Reply

Your email address will not be published.