ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା : ଦୁଇ ମୃତ, ୪ ଗୁରୁତର

ଖୋର୍ଦ୍ଧା ୦୯।୧୧: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟ ଭୁଇଁପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଚଟୁଆ ଗାଁର କିଛି ଶ୍ରମିକ ଶ୍ରେଣୀର ଏକ ଅଟୋରେ ବେଗୁନିଆ ଅଭିମୁଖେ କାମ କରିବାକୁ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଏକ ମଟର ସାଇକେଲରେ ଦ୍ରୁତଗତିରେ ଜଣେ ଯୁବକ ଆସି ଅଟୋ ସହ ମୁଁହାମୁହିଁ ଧକ୍କା ହୋଇଥିଲେ । ଫଳରେ ଘଟଣାସ୍ଥଳରେ ଅଟୋରେ ଥିବା ଚଟୁଆ ଗାଁର ମହିଳା ଧନୀ ନାୟକ ଓ ବାଇକରେ ଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ସେହିପରି ଅଟୋରେ ଥିବା ଅନ୍ୟ ଚାରି ଜଣଙ୍କୁ ଗୁରୁତର ଅବସ୍ଥାରେ  ସ୍ଥାନୀୟ ଲୋକେ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.